୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା

0 689


ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ଠାରେ ଏମିତି ଏକ ଦୁର୍ଶ୍ୟ ଦେଖିବାକୁ ମିଳିଥିଲା, ଯୋଉଥି ପାଇଁ ବଡ଼କୁଳ ମହାନ୍ତି ସାହିରେ ଖୁସିର ଲହରୀ ଖେଳି ଯାଇଥଲା ।ଯେଉଁ ସମୟରେ ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଚାଲିଛି ଏବଂ ଯେଉଁ ମହାମାରୀ କରୋନା ପାଇଁ ,କିଛି ଲୋକ ନିଜର ପରିଜନ ମାନଙ୍କୁ ହରାଇଛନ୍ତି ,ଆଉ ଯେଉଁ ସମୟରେ ସମସ୍ତେ ଭୟର ପରିଧି ଭିତରେ ଅଛନ୍ତି ।ଠିକ ଏହି ସମୟରେ ବଡ଼କୁଳ ପଞ୍ଚାୟତ ମହାନ୍ତି ସାହିରେ କିଛି ସମୟ ପାଇଁ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା । ନିଖୋଜ ଥିବା ପୁଅ ଫେରିଛି ତା ମା କୋଳକୁ । ତେବେ ସେ ଗାଁକୁ ଆସି ପ୍ରଥମେ ସଂଗରୋଧ କେନ୍ଦ୍ରରେ ରହିଥିଲେ । ଏ ବିଷୟ ଜାଣି ତାଙ୍କ ପରିବାରଠୁ ନେଇ ସାଂଗ ସାଥି ତାଙ୍କୁ ଦେଖା କରିବା କୁ ଅପେକ୍ଷା କରିଥିଲେ କିନ୍ତୁ ସବୁଠାରୁ ବେଶୀ ବ୍ୟାକୁଳ ଥିଲେ ତାଙ୍କ ମା । ଆଜି ଯେତେବେବେଳେ ସେ କୋରାଣ୍ଟାଇନ ସେଣ୍ଟରରୁ ବାହାରିଲେ ,ତାଙ୍କ ସାଙ୍ଗସାଥି ସମସ୍ତେ ସାମାଜିକ ଦୂରତା ରକ୍ଷାକରି ତାଙ୍କୁ ପାଛୋଟି ଆଣିଥିଲେ ତାଙ୍କ ଘରକୁ । ପୁଅକୁ ପାଖରେ ପାଇ କିଛି ସମୟ ପାଇଁ ତାଙ୍କ ମା ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ । ଦୀର୍ଘ ୨୨ବର୍ଷ ଧରି ନିଖୋଜ ଥିବା ପୁଅକୁ ପାଖରେ ପାଇ ତାଙ୍କ ସାଙ୍ଗ,ତଥା ସାଇ ଭାଇ ବେସ ଖୁସି ଅନୁଭବ କରିଛନ୍ତି । ସୂଚନା ଅନୁଯାୟୀ ପୂର୍ଣ ଚନ୍ଦ୍ର ଭୁଜବଳ ଦୀର୍ଘ ୨୨ ବର୍ଷ ଧରି ଘର ଛାଡ଼ି କେଉଁଆଡ଼େ ପଳାଇଥିଲେ । ପରିବାର ପକ୍ଷରୁ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । କିନ୍ତୁ ହଠାତ ସଂଗରୋଧ କେନ୍ଦ୍ରରୁ ପୁଅକୁ ପାଇ ମା ସହ ସାଙ୍ଗ ସାଥି ଓ ବନ୍ଧୁ ପରିଜନ ବେଶ ଖୁସି ହୋଇଛନ୍ତ।

Leave A Reply

Your email address will not be published.

twelve − nine =