ନଈରେ ବୁଡି ଜଣେ ଛାତ୍ରୀ ମୃତ,3ଉଦ୍ଧାର ଗୁରୁତର

0 753

ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ଜିଲ୍ଲା ମାଛଗାଁ ପଞ୍ଚାୟତ ମଙ୍ଗପୁର ଗାଁରେ ଅଘଟଣ । ଦେବୀ ନଦୀରେ ଟିକଟକ କରିଥିବା ବେଳେ ବୁଡି ଗଲେ ୩ ଛାତ୍ରୀ ଓ ଜଣେ ଛାତ୍ର ।ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ୨ଜଣ ଛାତ୍ରୀ ଓ ପୁଅ ଗୁରୁତର ରହିଛନ୍ତି ।ମୃତ ଛାତ୍ରୀ ଜଣକ ହେଲେ ଜଗତସିଂହପୁର ଥାନା ରାଇବରେଇ ଅଂଚଳର ପୂଜାରାଣୀ ନାୟକ ।ସମସ୍ତଂକୁ ଗୁରୁତର ଅଵସ୍ଥାରେ ପ୍ରଥମେ ବାଲିକୁଦା ମେଡିକାଲ ଅଣାଯିବା ପରେ ସେଠାରେ ପୂଜାରାଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଅନ୍ୟ ତିନି ଜଣଙ୍କ ମଧ୍ୟରୁ କଣ୍ଢେଇ ନାମକ ଜଣେ ଛାତ୍ରୀ ଭଲ ଥିବା ବେଳେ ଅନ୍ୟ ଛାତ୍ରୀ ଅନୁରାଧା ପରିଡା ଓ ତାଙ୍କ ଭାଇ ଅମରେଶ ପରିଡା ଗୁରୁତର ଅବସ୍ଥାରେ ବାଲିକୁଦା ଓ ପରେ ଜଗତସିଂହପୁର ମେଡିକାଲକୁ ଅଣାଯାଇଥିଲା ।ଅମରେଶ ଓ ଅନୁରାଧାଙ୍କ ସ୍ବାସ୍ତ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ଛାତ୍ର ଛାତ୍ରୀମାନେ ଦେଓପଡା ସ୍ଥିତ ଅନୁରାଧାଙ୍କ ଘରକୁ ସମସ୍ତେ ଯାଇଥିଲେ ।ସେଠାରୁ ସେମାନେ ମଙ୍ଗପୁର ନିକଟ ଦେବୀ ନଦୀ ପଠାକୁ ଶୌଚ ପାଇଁ ଯାଇ ଚପଲ ଖସି ଯିବାରୁ ଚପଲକୁ ଉଧାରପାଇଁ ଜଣକ ପରେ ଜଣେ ଭାସି ଯାଉଥିବା କିଏ କହୁଥିବା ବେଳେ ଆଉ କିଏ ମଧ୍ୟ କିଏ କହୁଛନ୍ତି ଟିକଟକ କରୁଥିବା ବେଳେ ଗୋଡ଼ ଖସି ଯାଇଥିଲା ।କିପିରି ନଈ ରେ ବୁଡିଲେ ପ୍ରକୃତ ରହସ୍ୟ ଜଣାପଡିନି l ସ୍ଥାନୀୟ ଜଣେ ଲୋକ ଦେଖି ସେମାନଙ୍କୁ ଉଦ୍ଧାର କରି ସେମାନଙ୍କ ଘରକୁ ଖବର ଦେଇଥିଲେ ।

Leave A Reply

Your email address will not be published.

five × two =