ପୁଣି ଜଣେ ପୌର କର୍ମଚାରୀ ସମେତ ୧୪ ଆକ୍ରାନ୍ତ

0 695

୩ ୱାର୍ଡ଼ର ଅଧା ଅଞ୍ଚଳ ୭୨ ଘଣ୍ଟା କଣ୍ଟନମେଣ୍ଟ ଜୋନ୍

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ): ରାଜଧାନୀ ଉପଖଣ୍ଡରେ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଗତ ମେ ମାସଠାରୁ ହୁ ହୁ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଦୁଇ ତାରିଖରେ ପୌରପରିଷଦ ଜଣେ କର୍ମଚାରୀ ଓ ତାଙ୍କ ପୁଅ ସଂକ୍ରମିତ ହୋଇଥିଲେ । ବୁଧବାର ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୧୫ ଏବଂ ୨୦ ନମ୍ବର ୱାର୍ଡରେ ରେ ରହୁଥିବା ୩ ଜଣ ସମ୍ପର୍କୀୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ସେହିପରି ଅନ୍ୟ ଜଣେ ପୌର କର୍ମଚାରୀ ସଂକ୍ରମିତ ହୋଇଥିବା ଆଜି ଚିହ୍ନଟ ହୋଇଛନ୍ତି । ଏହି ଘଟଣା ଏବେ ପୌରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ସଂକ୍ରମଣ ରୋକିବାକୁ ୧୫, ୨୦ ଏବଂ ୭ ନମ୍ବର ୱାର୍ଡ଼ର ଅଧା ଅଞ୍ଚଳକୁ ଜିଲ୍ଲାପାଳ ସିତାଂଶୁ ରାଉତ କଣ୍ଟନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । । ସେହିପରି ଅନ୍ୟ ଜଣେ ୭ ନମ୍ବର ୱାର୍ଡ଼ର ସଂକ୍ରମିତ ହୋଇଥିବା ବେଳେ ଗୋଟିଏ ଦିନରେ ୧୪ ନୂଆ ସଂକ୍ରମିତ ମଧ୍ୟରୁ ୪ ଜଣ ଚିହ୍ନଟ ହେବା ଘଟଣା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି । ପ୍ରଥମ ଥର ପାଇଁ ପୌରପରିଷଦ ଏକକାଳୀନ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ କରିଛି । ଏ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ରାଉତ ୭ ନମ୍ବର ୱାର୍ଡ଼ର ଗୋପୀନାଥସାହିର ସତ୍ୟଭୂଷଣ ପଟ୍ଟନାୟକଙ୍କ ଘରଠାରୁ ପରିଷୋରମ ଜେନାଙ୍କ ଘର ଯାଏ ଆଜି ସକାଳ ୭ଟାଠାର ୧୧ ତାରିଖ ସକାଳ ୭ଟା ଯାଏ କଣ୍ଟନମେଣ୍ଟ ଜୋନ ଘୋଷଣା କରିଛନ୍ତି । ସେହିପରି ୨୦ ନମ୍ବର ୱାର ଡ. ବୁଲୁ ବେହେରା ଘରଠାରୁ ଟୁଲୁ ପ୍ରଧାନ ଏବଂ ୧୫ ନମ୍ବର ୱାର୍ଡ଼ର ବିନାୟକ ଷ୍ଟାରଠାରୁ ପୁରୁଣା ଧର୍ମଶାଳା ଯାଏ ଉପରୋକ୍ତ ସମୟସୀମା ପର୍ଯ୍ୟନ୍ତ କଣ୍ଟନମେଣ୍ଟ ଜୋନ ଘୋଷଣା ହୋଇଛି । ଏହି ସମୟରେ ଜନସାଧାରଣ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରହିବାକୁ ଜିଲ୍ଲାପାଳ ଶ୍ରୀ ରାଉତ ଅନୁରୋଧ କରିଛନ୍ତି । । ଅନ୍ୟପକ୍ଷରେ ଗତ ୨ରେ ପ୍ରଥମେ ପୌରକର୍ମଚାରୀ ଚିହ୍ନଟ ହୋଇଥିଲେ । ଜିଲ୍ଲାପାଳ ଶ୍ରୀ ରାଉତ ଗତ ୨ରୁ ୫ ତାରିଖ ଯାଏ ୧୫ ନମ୍ବର ୱାର୍ଡକୁ କଣ୍ଟନମେଣ୍ଟ ଯୋଜନା ଘୋଷଣା କରିଥିଲେ । ପୁଣି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକ ସଂକ୍ରମଣ ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଥିବା ଆଶଙ୍କା ବ୍ୟକ୍ତ କରୁଛନ୍ତି ।

Leave A Reply

Your email address will not be published.

17 − ten =