ଆର ପାରିରେ ବିଜୟ

0 974

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି l ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି l ରୁପା ଶଗଡ଼ିରେ ସୁନା କନିଆଁ ଅଛି, କିନ୍ତୁ ସେ ନାହାନ୍ତି l

ଶୁଆ ଦୁଇଟି ପୋଷା ମାନିଗଲେଣି କିନ୍ତୁ ସେ ନାହାନ୍ତି , ଶୁଆର ଡାକ ଶୁଣିବାକୁ । ହେ ଓଡ଼ିଆ ଚଳଚ୍ଚିତ୍ରର ପିତାମହ ଭୀଷ୍ମ, ଚିଲିକାର ତୀରେ ତୀରେ ତମେ କଣ ଆପଣେଇ ନେଲ ନିର୍ବାଣ!!

ସୂଚନାଯୋଗ୍ୟ, ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ଯୁବନେତା ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ନାୟକଙ୍କ ପ୍ରୟାସରେ ଜୁନ 14 ରେ ଭୁବନେଶ୍ୱରରେ ପହଞ୍ଚି ଥିଲେ ଓଡିଶାର ଚଳଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି l ସେ ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ l

Leave A Reply

Your email address will not be published.

thirteen − 6 =