ତିର୍ତ୍ତୋଲ ଉପନିର୍ବାଚନ ପାଇଁ କସରତ୍ ଆରମ୍ଭ

0 3,977

( ସ୍ନେହଞ୍ଜଳି ଓ ମନ୍ଦାକିନୀ ଉପରେ ଗୁରୁ ଦାୟିତ୍ଵ ଦେଇପାରନ୍ତି ସୁପ୍ରିମୋ)

ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ) : ତିର୍ତ୍ତୋଲ ଆସନକୁ ନେଇ ଚାଲିଛି ତିନି ଦଳ ଭିତରେ ଅଙ୍କକଷା। ସମ୍ମାନ ଓ ପତିଆରା ଲଢ଼େଇ ହୋଇଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ଅଭ୍ୟନ୍ତାରୀଣ ଆଲୋଚନା କରୁଥିବାବେଳେ ଆଶାୟୀ ପ୍ରାର୍ଥୀ କିନ୍ତୁ ଆରମ୍ଭ କରିଦେଲେଣି ଜୋରଦାର ଲବି। ବିଜେଡି ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଉପରେ ନଜର ରଖିଥିବାବେଳେ ଦଳର ସାଂସଦ କିନ୍ତୁ ନିଜ ସ୍ବାମୀଙ୍କ ପାଇଁ ଲବି କରୁଛନ୍ତି ବୋଲି ବିଶେଷ ସୂତ୍ରୁରୁ ପ୍ରକାଶ । ଏପଟେ ବିଜେପି
ରୁ ସାଂସଦ ପ୍ରାର୍ଥୀ ହୋଇଥିବ ବିଭୁ ତରାଇ ବି ଅଣ୍ଟା ଭିଡ଼ି ବସିଲେଣି। ଶୁଣିବାକୁ ମିଳୁଛି ବିଜେପି କର୍ମୀ କାଳେ ରମାକାନ୍ତ ଭୋଇଙ୍କ ଉପରେ ନାକ ଟେକିଲେନି । ଏପଟେ କଂଗ୍ରେସ ଗତ ନିର୍ବାଚନ ର ସାଂସଦ ପ୍ରାଥି ପ୍ରତିମା ମଲିକ୍ ଙ୍କୁ ଛିଡ଼ା କରାଇବାକୁ ଆଶା ଭିଡିଥିବା ବେଳେ ଏବେ ଜଗତସିଂହପୁର ନୂତନ ଯୁବ ସଭାପତି ହୋଇଥିବା ପ୍ରଶାନ୍ତଙ୍କୁ ଟିକେଟ ଦେବା ଚକରରେ ଅଛି । ଏହି ନିର୍ବାଚନ ସମ୍ମାନ ବନାମ ପତିଆରା ର ଲଢେଇ ରେ ଚାଲିବା ଅନୁମାନ କରାଯାଉଛି । ତିର୍ତ୍ତୋଲ ଉପନିର୍ବାଚନ ଲାଗି ଏମିତି ଅଙ୍କ କଷୁଛନ୍ତି ଶାସକ ଓ ବିରୋଧୀ । ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଥିବା ସିଟକୁ ପୁଣି ନିଜ ଦଖଲକୁ ଆଣିବା ବିଜେଡି ଲାଗି ସମ୍ମାନର ପ୍ରଶ୍ନ ହୋଇଛି । ଏଥିପାଇଁ ବିଷ୍ଣୁ ଦାସଙ୍କ ପରିବାର ସଦସ୍ୟ ନା ବାହାରର କାହାକୁ ପ୍ରାର୍ଥୀ କଲେ ଦଳ ଜିତାପଟ ନେବ ସେ ନେଇ ଅଙ୍କ କଷୁଛି ଶାସକ ଦଳ । କିନ୍ତୁ ଦେଖିବାକୁ ଗଲେ ବିଗତ ଦିନରେ ଏହିଭଲି ସମୟରେ ନିଜ ପରିବାର କୁ ହାତଛଡ଼ା କରିନାହାନ୍ତି ନବୀନ ।


ତେବେ ଏହା ଭିତରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ନିଜ ସ୍ବାମୀଙ୍କ ପାଇଁ ଜୋରଦାର ଲବି ଆରମ୍ଭ କରିଦେଇଛନ୍ତି । ବିଷ୍ଣୁଙ୍କ ପୁଅ ବିଜୟ ଟିକେଟ୍ ଲବିର ଆଗରେ ଅଛନ୍ତି । କାରଣ ବିଷ୍ଣୁ ଦାସ ଙ୍କ ପୁଅ ବିଜୟ ଶଙ୍କର ପୂର୍ବରୁ ତାଙ୍କ ପିତା ତଥା ବିଧାୟକ ବିଷ୍ଣୁ ଦାସ ଙ୍କ ଅନୁପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମ ବ୍ଲକ୍ ସ୍ତରରେ ଯେପରିକି ଶିଳାନ୍ୟାସ, ପୂଜା ପର୍ବାଣୀ ହେଉ କିମ୍ବା କରୋନା ମହାମାରୀ ସମୟରେ ନିଜ ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ନେଇ ତିର୍ତ୍ତୋଲ ସର୍ବାଧିକ ରକ୍ତ ସଂଗ୍ରହ କରି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହୋଇଥିଲେ ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ବିଜୟ ଶଙ୍କର । ସେହିପରି ବିଜେଡି ନେତ୍ରୀ ମୀନତି ବେହରା ଓ ବାସନ୍ତୀ ପ୍ରଧାନ ପ୍ରାର୍ଥୀ ଦୌଡରେ ଅଛନ୍ତି । ତେବେ ଦଳ କାହାକୁ ପ୍ରାର୍ଥୀ କରିବ ସେ କାର୍ଡ ନିଜେ ନବୀନ ଖୋଲିବେ ।
ବିଜେଡି ହାତରୁ ତିର୍ତ୍ତୋଲ ଆସନ ଛଡାଇ ନେବାକୁ ରଣନୀତିରେ ଲାଗି ପଡିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ । ଗତ ନିର୍ବାଚନରେ ଏଠାରେ ଦ୍ବିତୀୟ ସ୍ଥାନରେ ଥିବାରୁ ଶାସକ ବିଜେଡିକୁ କଡା ଫାଇଟ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ସେପଟେ କଂଗ୍ରେସ ମଧ୍ୟ ଏହି ସିଟ୍ କୁ ସହଜରେ ଛାଡିବା ମୁଡରେ ନାହିଁ । ବିଶ୍ବାଳ ପରିବାରର ଜଗତସିଂହପୁର ରାଜନୀତିରେ ପ୍ରଭାବ ରହିଥିବାରୁ ଦୁଇ ଭାଇ ରଂଜୀବ ଏବଂ ଚିରଞ୍ଜିବ ବିଶ୍ବାଳ ଏହି ସିଟ୍ ରେ ନିଜ ସମର୍ଥକଙ୍କୁ ଲଢାଇବାକୁ ଗୋଟି ଚାଳନା କରୁଛନ୍ତି । ଏଥିପାଇଁ କଂଗ୍ରେସ ଆଗୁଆ ପାଗ ଭିଡିଲାଣି । ଉପ ନିର୍ବାଚନ ପାଇଁ କମିଟି ଗଠନ କରି ସୁର ରାଉତରାୟଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ସେହିପରି ବିଜେଡ଼ି ମହିଳା ଙ୍କୁ ଏକାଠି କରି କ୍ଲିନ୍ ସୁଇପ କରିବା ଲକ୍ଷ୍ୟରେ ଅଛି । ନିକଟରେ ଏକ ଟାଣୁଆ ନେତ୍ରୀ ତଥା ମହିଳା କମିଶନର ଭାବରେ ପୂର୍ବରୁ ସାରା ରାଜ୍ୟରେ ପରିଚିତ ଥିବା ଏବଂ ଏକାଧିକ ବାର ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ କରିଥିବା ସ୍ନେହଞ୍ଜଳି ମହାନ୍ତି ଙ୍କୁ ଜଗତସିଂହପୁର ଜିଲ୍ଲା ମହିଳା ଙ୍କ ଦାୟିତ୍ଵ ଦେଇଛି । ଯାହା ବିରୋଧୀ ଙ୍କ ପାଇଁ ଏକ ଚ୍ୟାଲେଞ୍ଜ ର ପ୍ରଶ୍ନ ଉଠିଛି ।
ସେହିପରି ବିଷ୍ଣୁ ଙ୍କ ନିର୍ବାଚନ ସମୟରେ ମନ୍ଦାକିନୀ କର ଙ୍କୁ ନବୀନ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲେ ନବୀନ । ସେହି ସମୟରେ ବିଷ୍ଣୁ ଅସୁସ୍ଥତା ସମୟରେ ମଧ୍ୟ ୪ ଦିନରେ ପ୍ରାୟ ୪୦ ରୁ ଅଧିକ ସଭା ଆୟୋଜନ କରି ରେକଡ୍ ସଂଖ୍ୟକ ଭୋଟ୍ ବ୍ୟବଧାନ ରେ ଜିତାଇବାରେ ସକ୍ଷମ ହୋଇଥିଲେ ।ସେହିପରି ବିଜେପି ତାର ନୂତନ ଜଗତସିଂହପୁର ପ୍ରଭାରୀ ନିଯୁକ୍ତି କରିଛି ।

Leave A Reply

Your email address will not be published.

two × 5 =