ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଜେଡି ସାଂସଦ ଅମରଙ୍କ ବଡ଼ ନିଷ୍ପତ୍ତି

0 1,859

ଆମ ଲୋକ ଆମର,ପ୍ରବାସୀ ଓଡ଼ିଆଙ୍କ ସାହସ ଅମର

ଭୁବନେଶ୍ବର : ଚଳିତ ବର୍ଷ କରୋନା ମହାମାରୀ ଉଭୟ ଜୀବନ ଓ ଜୀବିକା ପାଇଁ ବିପର୍ଯ୍ୟୟ ଟାଣି ଆଣିଛି। ଶିକ୍ଷିତ ବେକାର ଚାକିରି ପାଉ ନାହାନ୍ତି। ଏହାଠାରୁ ଆହୁରି ଜଟିଳ କଥା ହେଲା ଯେଉଁମାନେ ରୋଜଗାର କରୁଥିଲେ,ଚାକିରି କରୁଥିଲେ ‌ସେମାନେ ଏବେ ବେଶୀ ଦୁର୍ଦ୍ଦିନ ଭିତରେ କିଛି ଲୋକେ ରହି ଚାକିରୀ ହରାଇ କାନ୍ଦି କାନ୍ଦି ଜୀବନ ଜୀବିକା ଅପେକ୍ଷା ରେ ଅଛନ୍ତି । ରୋଜଗାର ନାହିଁ,ଚାକିରି ହରେଇଲେଣି। ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରବାସୀ ଓଡ଼ିଆ ଙ୍କ ପାଇଁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଟେକ ରଖିବାକୁ ଯାଇ “ଆମ ଲୋକ ଆମର ପ୍ରବାସୀ ଓଡ଼ିଆ ଙ୍କ ସାହସ ଅମର” ନୀତି ଆପଣାଇ ଏହି କରୋନା ମହାମାରୀ ସମୟରେ ରାଜ୍ୟସଭା ସାଂସଦ ତଥା ବିଜେଡି ଆଇଟି ୱିଂଙ୍ଗ ହେଡ୍ ଡା. ଅମର ପଟ୍ଟନାୟକ ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ବଡ ଆଶ୍ବସ୍ତି ଆଣିଛନ୍ତି । ଡ଼ା. ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଜରିଆରେ ଭାବେ କହିଛନ୍ତି,ଯେ ମୁଁ କଥା ଦେଇ ପାରୁନି କିନ୍ତୁ ନିଶ୍ଚିତ ଚେଷ୍ଠା କରିବି !
ଡ଼ା.ପଟ୍ଟନାୟକ କହିଛନ୍ତି, ”ଯେଉଁ ପ୍ରବାସୀ ଶ୍ରମିକମାନେ ଚାକିରି ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମୁଁ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ରାଜ୍ୟ ବାହାରକୁ ରୋଜଗାର ପାଇଁ ଯିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଏହି ଅଭିଯାନ ମାଧ୍ୟମରେ କୁଶଳୀ ବ୍ୟକ୍ତିଙ୍କୁ ଚାକିରୀ ପ୍ରଦାନକାରୀଙ୍କ ସହ ଯୋଡି ପାରିବେ । ଏ ବିଷୟରେ “ରାଜ୍ୟସଭା ସାଂସଦ ଭାବରେ ମୋର ପ୍ରଥମ ବର୍ଷ” ଶୀର୍ଷକ ରିପୋର୍ଟରେ ମୁଁ ଉଲ୍ଲେଖ କରିଛ।”
”ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ବଣ୍ଟନ ତଥା ସେମାନଙ୍କର ରାଜ୍ୟକୁ ଫେରିବାର ମୋ ସହ ଯୋଗାଯୋଗରେ ଥିବା ବ୍ୟକ୍ତି ବିଶେଷ ତଥା ବିଭିନ୍ନ ରାଜ୍ୟରେ ଥିବା ଓଡିଆ ଆସୋସିଏସନ୍ ମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛି । ଦକ୍ଷତା ଅନୁଯାୟୀ ଚାକିରି ଖୋଜୁଥିବା ବ୍ୟକ୍ତି ଏହି ଅଭିଯାନରେ ସାମିଲ ହୋଇପାରିବେ।” ବୋଲି ସାଂସଦ ସୂଚନା ଦେଇଛନ୍ତି।

ସେ ଜଣାଇଛନ୍ତି, ପ୍ରଥମ ସୋପାନରେ ବଲାଙ୍ଗୀର, କଳାହାଣ୍ଡି ଓ ନୁଆପଡାରୁ ପ୍ରାୟ ୨୦୦ ପ୍ରବାସୀ ଶ୍ରମିକଙ୍କୁ ଏଲ ଆଣ୍ଡ ଟିର ଏକ ପ୍ରତିରକ୍ଷା ପ୍ରକଳ୍ପରେ ଖୁବଶୀଘ୍ର ନିଯୁକ୍ତି ଦେବାପାଇଁ ପଦକ୍ଷେପ ନେଇଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ପାରାଦ୍ଵୀପ ଠାରେ ଚାଲିଥିବା ବିଭିନ୍ନ ଶିଳ୍ପ ସଂସ୍ଥା ରେ ଖୁବ୍ ଶୀଘ୍ର ଯୋଗାଯୋଗ କରାଯାଇ ଅଧିକରୁ ଅଧିକ ଆମ ପ୍ରବାସୀ ଓଡ଼ିଆଙ୍କୁ କର୍ମ ଦେବାକୁ ଚେଷ୍ଟା କରାଯିବ ଏହି ଅଭିଯାନରେ ପ୍ରତ୍ୟେକ ରାଜ୍ୟ ଭାଗ ନେଉଥିବାରୁ ଯେତେ ଶୀଘ୍ର ସମ୍ଭବ ଓଡ଼ିଶାବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ।
ଚାକିରି ସନ୍ଧାନରେ ରାଜ୍ୟ ବାହାରକୁ ଯିବା ପାଇଁ ଇଛୁକ ବ୍ୟକ୍ତି ନିଜର ନାମ, ଠିକଣା, ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ଫୋନ୍ ନଂ ତଥା ଦକ୍ଷତା ମୋତେ କେବଳ ଇ-ମେଲ୍ ଜରିଆରେ “[email protected]” କୁ ପଠାନ୍ତୁ (ଫୋନ କିମ୍ବା ହ୍ୱାଟ୍ସଆପ୍ କରନ୍ତୁ ନାହିଁ) । ସାହାଯ୍ୟ ଆବଶ୍ୟକ ହେଲେ ଜିଲ୍ଲା ତଥା ନିର୍ବାଚନମଣ୍ଡଳୀ ସ୍ତରରେ ଆମ ବିଜେଡିର ଆଇଟି କୋଅର୍ଡ଼ିନେଟରଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ପଟ୍ଟନାୟକ ଦର୍ଶାଇଛନ୍ତି।
ସାଂସଦ କହିଛନ୍ତି, ଏହା ମୋ ପାଇଁ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ହୁଏତ ସବୁ ଆଶାୟୀଙ୍କୁ ଚାକିରି ସନ୍ଧାନରେ ସାହାଯ୍ୟ ନ କରିପାରେ କିନ୍ତୁ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ, ବିଶେଷ କରି ଯୁବକ, କୁଶଳୀ ଆଶାୟୀ ତଥା ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ମୋର ପ୍ରୟାସ ଜାରୀ ରହିବ ବୋଲି କହିବା ସହ ଓଡ଼ିଶା ନବୀନ ସରକାରଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି ଯାହାକୁ ନେଇ ସାରା ରାଜ୍ୟରୁ ସାଂସଦ ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.

13 + 7 =