ଏୟାର ଇଣ୍ଡିଆ ବିମାନ ଦୁଇ ଖଣ୍ଡ : ୧୯ ମୃତ, ୧୨୩ ଆହତ ଦେଶ ବିଦେଶ By Shantisena News Last updated Aug 8, 2020 0 1,711 Share ନୂଆଦିଲ୍ଲୀ : ଶୁକ୍ରବାର ସନ୍ଧ୍ୟାରେ ଅବତରଣର ମାତ୍ର କିଛି ମିନିଟ୍ ପୂର୍ବରୁ ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାରେ ୧୨୩ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ‘ବନ୍ଦେ ଭାରତ ମିଶନ’ ଜରିଆରେ ୧୯୧ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ (ଆଇଏକ୍ସ-୧୩୪୪)ଦୁବାଇରୁ କେରଳର କୋଝିକୋଡ ଅଭିମୁଖେ ଆସୁଥିଲା। ତେବେ ବର୍ଷାଳ ଯୋଗୁଁ ଅବତରଣ କରିବାର ମାତ୍ର କିଛି ମିନିଟ୍ ପୂର୍ବରୁ ଏହା କ୍ରାସଲ୍ୟାଣ୍ଡିଂ କରିବା ସହିତ ରନୱେ ଅତିକ୍ରମ କରିଯାଇଥିଲା। ଫଳରେ ବିମାନର ସମ୍ମୁଖ ଭାଗ ଦୁଇଖଣ୍ଡ ହୋଇଯାଇଥିଲା। ରିପୋର୍ଟ ଅନୁଯାୟୀ ବିମାନରେ ୧୦ ଜଣ ଶିଶୁ, ୨ ଜଣ ପାଇଲଟ୍ ଏବଂ ୬ ଜଣ କ୍ରିଉ ସଦସ୍ୟଙ୍କ ସମେତ ୧୮୪ ଯାତ୍ରୀ ଥିଲେ । କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲା ବେଳେ ଆହତମାନଙ୍କ ଚିକିତ୍ସା ମଧ୍ୟ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ଘଟଣାସ୍ଥଳରେ ୨୪ଟି ଆମ୍ବୁଲାନ୍ସ ଓ ଦମକଳ ଗାଡି ପହଞ୍ôଚଛି। ଅବତରଣ କରିବା ବେଳେ ରନୱେରେ ଚକ ସ୍ଲିପ୍ କରିବାରୁ ଦୁର୍ଘଟଣା ହୋଇଥିବା ଆକଳନ କରାଯାଉଛି। ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ବିମାନଟି ପ୍ରବଳ ବର୍ଷାରେ ଅବତରଣ କରିଛି ଏବଂ ରନୱେ ୧୦ରେ ଅବତରଣ କରିବା ପରେ ରନୱେରୁ ଖସିପଡିଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି। 0 1,711 Share FacebookTwitterWhatsappGoogle+Email