ପାରାଦୀପରେ ବିଧାୟକଙ୍କୁ କୋଣଠେସା : ଜୀବନ ବିନ୍ଦୁ ବ୍ୟାନରରେ ବିଧାୟକଙ୍କ ଫଟୋ ନାହିଁ

0 701

ପାରାଦୀପ ରାଜନୀତି ଚଳଚଞ୍ଚଳ

ପାରାଦୀପ( ଦୀପ୍ତି ରଞ୍ଜନ ଦାସ ) : ପାରାଦୀପ ରାଜନୀତି ରେ ବିରଳ । ଆସନ୍ତା 14 ତାରିଖରେ ହେବାକୁ ଥିବା ଜୀବନ ବିନ୍ଦୁ ରକ୍ତଦାନ ବ୍ୟାନର ରେ ବିଧାୟକ ସମ୍ବିତ ରାଉତରାୟଙ୍କ ଫଟୋ ନ ଥିବାରୁ ପାରାଦ୍ଵୀପ ରାଜନୀତି ଚଳ ଚଞ୍ଚଳ। ଗତ ଦୁଇ ଦିନ ତଳେ ତିର୍ତ୍ତୋଲରେ ଅନୁଷ୍ଠିତ ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ ମଧ୍ୟ ପାରାଦୀପ ବିଧାୟକଙ୍କୁ ଡକା ଯାଇନଥିଲା l ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ସାଂସଦ ରାଜଶ୍ରୀ ମଲ୍ଲିକ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ l

ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ସାରା ଜିଲ୍ଲାରେ ନିଜର ସଂଗଠନ ସୁଦୃଢ କରିବାରେ ଲାଗିଛନ୍ତି l ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ସହିତ ସାରା ଜିଲ୍ଲାକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଥିବାରୁ ଅନ୍ୟ ବିଧାୟକମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁନଥିବା ନେଇ ପାରାଦୀପ ଅଂଚଳରେ ଆଲୋଚନା ହେଉଛି l ତେବେ ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ କଣ ପରବର୍ତୀ ପଦକ୍ଷେପ ନେଉଛନ୍ତି, ତାକୁ ପାରାଦୀପ ଅଂଚଳବାସୀ ଅପେକ୍ଷା କରିଛନ୍ତି l

Leave A Reply

Your email address will not be published.

4 × three =