ଜିଲ୍ଲାପାଳଙ୍କୁ ଶକୁନି କହିଲେ ବିଜେଡ଼ି ନେତା !

0 2,421

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିଜେଡ଼ି ଦଳର ଶକୁନି ଭୂମିକାରେ ଜିଲ୍ଲାପାଳ ! ତିର୍ତ୍ତୋଲ ବ୍ଲକ ରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବାବେଳେ ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ ଙ୍କୁ ଅସମ୍ମାନ କାର୍ଯ୍ୟକ୍ରମକୁ ଅଣଦେଖା କରୁଥିବା ବେଳେ, ବାଲିକୁଦା ବ୍ଲକ ଅନ୍ତର୍ଗତ ଅରିଲୋ ପଞ୍ଚାୟତ
ଭଗବାନ ସିଂଢୋଲ ଗାଁ ର ସ୍ଵାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ ଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲାର ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଡକାନଯିବା ଏବଂ ଅପରପକ୍ଷରେ ସେଠାକୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଡାକିବା ଦ୍ଵାରା କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷର ଫାଟ ଦେଖାଦେଇଛି ! ଜିଲ୍ଲାପାଳଙ୍କ ଏଭଳି ହୀନ ମାନସିକତା ପାଇଁ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳରେ ଫାଟ ସୃଷ୍ଟି ହେବା ସହ ଜଗତସିଂହପୁର ବିଜେଡି ପାଇଁ ଜିଲ୍ଲାପାଳ ଶକୁନି ସାଜିଛନ୍ତି ! ବୋଲି ସୋସିଆଲ ମିଡ଼ିଆ ରେ ପ୍ରଚାର କରିବା ସହ , ଏଥିପ୍ରତି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏବଂ ମାନ୍ୟବର ରାଜ୍ୟ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଅନୁରୋଧ କରି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ନହେଲେ ଆଗକୁ ଏହା ଏକ ଭୟଙ୍କର ରୁପ ନେଇପାରେ ବୋଲି କହିଛନ୍ତି ନିର୍ବାଚନ ସମୟରେ ବିଜେପି ଦଳ ରୁ ବିଜେଡ଼ି କୁ ଆସିଥିବା ଯୁବ ନେତା ତଥା ବରିଷ୍ଟ ଓକିଲ ଗତିକୃଷ୍ଣ ଶତପଥୀ । କୋଉଠି ନା କୋଉଠି ବିଜେଡ଼ି ତାଙ୍କୁ ଅଣଦେଖା କରିଥିବା ଗନ୍ଧ ବାରିହେଉଥିବା ବେଳେ ନିକଟରେ ଏକା ସହିତ ଦଳକୁ ଆସିଥିବା କଂଗ୍ରେସ ର ଦୁଇ ନେତା ଙ୍କୁ ଦଳ ଥଇଥାନ କରାଯାଇଥିବା ବେଳେ କୁଜଙ୍ଗ ଅଞ୍ଚଳରୁ ବିଧାୟକ ପ୍ରଥି ଙ୍କୁ ଜିତାଇବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ନେତା ଏଭଳି ବାରମ୍ବାର ଜିଲ୍ଲାପାଳ ଙ୍କୁ ଏଭଳି ବିବୃତି ଦେବା ଜିଲ୍ଲା ବିଜେଡ଼ି ରେ ହତଚମଟ ସୃଷ୍ଟି କରିଛି ।

Leave A Reply

Your email address will not be published.

fifteen − 6 =