ପାରାଦ୍ୱୀପ ଆରପିଏଫର ସଫଳତା : ଆଉ ଜଣେ ରେଲୱେ ୱେବସାଇଟ ହାକର ଗିରଫ

0 507

ପାରାଦୀପ/ଅଠରବାଙ୍କୀ ( ସ୍ମୃତି ରଂଜନ ଜେନା ) : ରେଲୱେ ୱେବସାଇଟିକୁ ହାକିଂ କରି ଅଗ୍ରୀମ ଟିକଟ ବୁକିଙ୍ଗ କରୁଥିବା ଅଭିଯୋଗରେ ସୋମବାର ଦିନ ଆଉଜଣେ ହାକର କୁ ଗିରଫ କରିଛି ପାରାଦ୍ୱୀପ ରେଲୱେ ପ୍ରୋଟେକ୍ସନ ଫୋର୍ସ। ଗତ ୩୧ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଜଣେ ଯୁବକ କୁ ଗିରଫ କରି ଆରପିଏଫ କୋଟ ଚାଲାଣ କରିଛି। ଗିରଫ ଯୁବକ ସେହି ଅଂଚଳର ରଜ କୁମାର ସାହୁ। ସେ ଏକ ରଜ କାମୁନିକେସନ ଦୋକାନ ରେ ବସି ଟିକେଟ ବୁକିଙ୍ଗ କରୁଥିବା ବେଳେ ଆରପିଏଫ ଗିରଫ କରିଛି। ସେ ୨୦୧୭ ମସିହାରୁ ତାଙ୍କ ଏଜେନ୍ସି ମାଧ୍ୟମରେ ରେଲୱେ ଟିକେଟ ବୁକିଙ୍ଗ କାମ କରୁଥିଲେ । ଆରପିଏଫ ଗିରଫ କରିବା ସହ କମ୍ପୁଟର ସାମଗ୍ରୀ ଜବତ କରିଛି। ବେଆଇନ ସଫ୍ଟୱେର ବ୍ୟବହାର କରି ଆଇଆରଟିସି ୱେବସାଇଟ ହାକିଂ କରିବାରେ କେନ୍ଦ୍ରାପଡାରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି ବୋଲି ପାରାଦୀପ ଆରପିଏଫ ଅଧିକାରୀ ପାଙ୍କଜ କୁମାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.

eight − 6 =