ପାଖେଇ ଆସିଲା ଉପ ନିର୍ବାଚନ, ଲବିରେ ବହୁ ଆଶାୟୀ : ଶାସକ ଦଳର ଚର୍ଚ୍ଚାରେ ରବୀନ୍ଦ୍ର ଓ ବିଜୟ

0 1,498

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ନିକଟରେ ଶାନ୍ତି ସେନା ୱେବ ପୋଟାଲ ପକ୍ଷରୁ ନିର୍ବାଚନ ନଭେମ୍ବରରେ ହେବା ଦିଲ୍ଲୀରୁ ଏକ ଭିତିରି ଖବର ମିଳିବା ଫଳରେ ଏକ ସମ୍ବାଦ କରାଯାଇଥିଲା କିନ୍ତୁ ଏବେ ମୁହଁ ଖୋଲିଛନ୍ତି ନିର୍ବାଚନ ଆୟୋଗ ।
ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପରେ ଆରମ୍ଭ ହୋଇଯାଇଛି କସରତ।

କଂଗ୍ରେସ ନେତାମାନେ ବହୁ ପୂର୍ବରୁ ଗ୍ରାଉଣ୍ଡ ଜିରୋକୁ ଯାଇ ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ବିଜେଡି ଓ ବିଜେପି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାରେ ବେସ୍ତ ଥିବା ଦେଖା ଦେଇଛି । ଏହା ମଧ୍ୟରେ ପ୍ରଶ୍ନ ଉଠିଛି କେଉଁ ଦଳରୁ କିଏ ହେବ ପ୍ରାର୍ଥୀ ? ଏହାକୁ ନେଇ ବହୁ କଲ୍ପନା ଜଳ୍ପନା ଆରମ୍ଭ ହେଲାଣି ।

ଶାସକ ବିଜେଡ଼ିରୁ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମୁଖ୍ୟ ଦାବିଦାର ଥିବା ବେଳେ ଗତ ନିର୍ବାଚନରେ ହାରିଯାଇଥିବା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ନାଁ ମଧ୍ୟ ଚର୍ଚ୍ଚା ଅଛି । କିନ୍ତୁ ରବୀନ୍ଦ୍ର ଟିକେଟ ପାଇବା ପାଇଁ ହକ ଦାର ବୋଲି ତାଙ୍କ ସମର୍ଥକ ଙ୍କ ଠାରୁ ଶୁଣିବାକୁ ମିଳୁଛି ।
ସେହିପରି ବିଜେପିରୁ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ବୋଲି ଚର୍ଚ୍ଚା ହେଉଛି ।
ବାକି ରହିଲା କଂଗ୍ରେସ ରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନାମ ଜୋର ଧରିଥିବା ବେଳେ କଂଗ୍ରେସ ନେତା ବିକ୍ରମ ପଣ୍ଡା ଅନ୍ୟତମ ଦାବିଦାର ଥିବା ଆଲୋଚନା ଚାଲିଛି ।

ସେପଟେ ତିର୍ତ୍ତୋଲ ଆସନରୁ ଶାସକ ଦଳ ବିଜେଡ଼ି ପକ୍ଷରୁ ପୂର୍ବତନ ଜିଲ୍ଲା ସଭାପତି ତଥା ବିଧାୟକ ଵିଷ୍ଣୁ ଦାସଙ୍କ ପୁଅ ଇଂ.ବିଜୟ ଶଙ୍କର ଦାସଙ୍କ ନାମ ଆଗରେ ରହିଛି କାରଣ ଶାସକ ଦଳର ପୁର୍ବ ରଣନୀତି କୁ ଦେଖିବାକୁ ଗଲେ ଏହିଭଳି ସମୟରେ ପରିବାରର ସ୍ତ୍ରୀ ଏବଂ ପିଲା କୁ ଟିକେଟ ମିଳିଛି । ଏହି ଆସନ ପାଇଁ ପୁର୍ବତନ ସାଂସଦ ଡା.କୁଳମଣି ସାମଲ ଓ
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ମନ୍ଦ୍ୟ ଆଶାୟୀ ରହିଛନ୍ତି ।

ବିଜେପିରୁ ସାଂସଦ ପ୍ରାଥି ବିଭୁ ପ୍ରସାଦ ତରାଇ ଏବଂ ପୁର୍ବତନ କଂଗ୍ରେସ ବିଧାୟକ ପ୍ରାଥି ଥିବା ରାଜକିଶ୍ୱର ବେହେରା ଙ୍କ ନାମ ଚର୍ଚ୍ଚା ହେଉଛି । କାରଣ ଶୁଣାଯାଉଛି ଖୁବ ଶୀଘ୍ର ଶ୍ରୀଯୁକ୍ତ ବେହେରା ପଦ୍ମ ଧରିବାକୁ ଯାଉଛନ୍ତି !

କଂଗ୍ରେସରୁ ଯୁବ ଇଂ.ହିମାଂଶୁ ଭୂଷଣ ମଲ୍ଲିକ, ସାଂସଦ ପ୍ରାଥିନୀ ପ୍ରତିମା ମଲ୍ଲିକ ଓ ଜଗତସିଂହପୁର ଜିଲ୍ଲା କଂଗ୍ରେସ ଯୁବ ସଭାପତି ପ୍ରଶାନ୍ତ ମଲ୍ଲିକ ଙ୍କ ନାମ ଚର୍ଚ୍ଚା ରେ ଅଛି । ତେବେ ଏହି ଦୁଇ ନିର୍ବାଚନ ମଣ୍ଡଳୀରୁ କେଉଁ ଦଳର କିଏ ପ୍ରାଥି ଓ କାହା ଉପରେ ହାଇକମାଣ୍ଡର ଙ୍କ ମୋହର ବାଜୁଛି ତା ଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.

20 + 10 =