ରାସାୟନିକ ଦୃଘଟଣା ପାଇଁ ପାରାଦ୍ୱୀପରେ ଉଦଘାଟିତ ହେଲା ଜରୁରୀକାଳୀନ ସାହାୟକ କେନ୍ଦ୍ର

0 519

ପାରାଦ୍ୱୀପ/ଅଠରବାଙ୍କୀ (ସ୍ମୃତି ରଞ୍ଜନ ଜେନା ) : ଶିଳ୍ପ ସହର ପାରାଦ୍ୱୀପରେ ଅନେକ ଗୁଡ଼ିଏ ରାସାୟନିକ ଶିଳ୍ପ ରହିଅଛି। ଭବିଷ୍ୟତରେ କୌଣସି ପ୍ରକାରର ରାସାୟନିକ ଦୃର୍ଘଟଣା ପାଇଁ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ ଏକ ଆପତ କାଳୀନ ସାହାୟକ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି କେନ୍ଦ୍ରକୁ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦଘାଟନ କରି ପାରାଦ୍ୱୀପ ଶିଳ୍ପାଞ୍ଚଳ ରେ ରାସାୟନିକ ଦୃଘଟଣା ରେ ଶିକାର ହେଉଥିବା ଲୋକମାନଙ୍କ ପାଇଁ ଏହି କେନ୍ଦ୍ର ସହାୟକ ହୋଇପାରିବ ବୋଲି କହିଥିଲେ। ଓଡ଼ିଶାରେ ୩୫ଟି ବିପଦପୁର୍ଣ ମୁଖ୍ୟ ଦୃର୍ଘଟଣା ଫ୍ୟାକ୍ଟ୍ରି ମଧ୍ୟରୁ ପାରାଦ୍ୱୀପରେ ୮ଟି ଶିଳ୍ପ ଅବସ୍ତିତ। ଓଡିଶା ରାଜ୍ୟରେ ପ୍ରଥମ କରି ଏହି କେନ୍ଦ୍ର ପାରାଦ୍ୱୀପ ଠାରେ ନିର୍ମାଣ କରାଯାଇଛି।

Leave A Reply

Your email address will not be published.

sixteen − 11 =