ଉପନିର୍ବାଚନ ପାଇଁ ତିର୍ତ୍ତୋଲ ଚଳଚଞ୍ଚଳ : ବଦଳିବେ ଜିଲ୍ଲାପାଳ !

0 1,002

ଜଗତସିଂହପୁର: ଆଗାମୀ ଦିନରେ ହେବାକୁ ଥିବା ତିର୍ତ୍ତୋଲ ସିଟ୍‌ରେ ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଭୋଟିଂ ମେସିନ ଏବଂ ଭିଭିପାଟ ବାହାର ରାଜ୍ୟରୁ ଚେକିଂଗ ହେବା ପରେ ଆସି ଜଗତସିଂହପୁର ରେ ପହଁଚି କଡା ସୁରକ୍ଷା ବଳୟରେ ରଖା ଯାଇଛି । ଅନ୍ୟପଟେ ଜଗତସିଂହପୁର ଜିଲ୍ଲାପାଳ ଖୁବ ଶୀଘ୍ର ବଦଳି ହେବାର ସମ୍ଭାବନା ରହିଛି । କାରଣ ନିର୍ବାଚନ ସମୟରେ ରାଜ୍ୟ ପ୍ରଶାସନ ଠାରୁ ନିର୍ବାଚନ କମିଶନଙ୍କ ଦାୟିତ୍ୱ ର ପ୍ରଭାବ ରୁହେ । ସେହିପରି ଜିଲ୍ଲାର ଆରକ୍ଷୀ ଓ ତିର୍ତ୍ତଲ ନିର୍ବାଚନ ମଣ୍ଡଳୀ ର ୩ ଥାନା ଅଧିକାରୀ କିଛି ଦିନ ପାଇଁ ବଦଳିବାର ସମ୍ଭାବନା ଅଛି ଯାହାକି ନିର୍ବାଚନ ଅଧିକାରୀ ଙ୍କ ଉପରେ ନିର୍ଭର କରୁଛି । ସେପଟେ ପାଦ ଭିଡ଼ିଲେଣି ୩ ଦଳ ଯଥା ବିଜେଡି, କଂଗ୍ରେସ ଓ ବିଜେପି । ବିଜେଡି ଘନ ଘନ ହେବି ଓଏଟ ଙ୍କ ଭ୍ରମଣ ଓ କଂଗ୍ରେସର ରାଲି ହେବା ସମୟରେ ବିଜେପି ର ସେମିତି କିଛି ଆଖି ଦୃଶିଆ ଅୟୋଜନ ହୋଇପାରିନାହିଁ । ଯାହାକୁ ନେଇ ଜଗତସିଂହପୁର ରାଜନୀତି ଏବେ ସରଗରମ ରହିଛି ।

Leave A Reply

Your email address will not be published.

5 + seventeen =