ବିଜେପିର ନଜର ବିଜୟ ଶଙ୍କର !

0 1,076

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ଏଥିମଧ୍ୟରୁ ବିଜେଡି ଶିବିରରେ ରାଜନୀତିକ ହଟଚମଟ ଦେଖା ଦେଇଥିବାରୁ , କିଛି ନେତା ବରିଷ୍ଠ ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ ଙ୍କୁ ବିଜେଡି ଟିକେଟ ରୁ ବଂଚିତ ହେବାପାଇଁ ରଣକୌଶଳ ଚଳାଇଥିବା ବେଳେ ଗତ କାଲି ଦେଖିବାକୁ ମିଳିଛି ତିର୍ତ୍ତୋଲ ରେ ଏହାର ଭିତିରି କମ୍ପନ । ରଘୁନାଥପୁର ରେ ବିଜେଡି ତାର ସାଂଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକ କରି ବିଷ୍ଣୁ ଙ୍କ ଅନୁଗତକୁ ନ ଡାକି ସଭା ସାରିବା ପରେ ଏକ ଯୁବ ମନ୍ତ୍ରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି ଯେ ଏହି ରଘୁନାଥପୁର ଅଞ୍ଚଳରୁ ଏକ ପ୍ରାଥି ଦିଆଗଲେ କିପରି ହେବ ବୋଲି କିଛି ଲୋକଙ୍କୁ ପାଖରେ କହୁ କହୁ କହିଦେଲେ ! ତାକୁ ନେଇ ଏବେ ବିଜେଡି ଶିବିର ଚଳଚଞ୍ଚଳ ହେବା ପରେ , ସେ କଥା ଟି ଚାରିଆଡେ ପ୍ରଘଟ ହୋଇଥିବା ବେଳେ ବିଷ୍ଣୁ ଙ୍କ ସମର୍ଥକ ଙ୍କ ମୁହଁରେ ନିରାଶ ଖେଳିଯାଇଥିଲା ଏହାପରେ ପରେ ତିର୍ତ୍ତୋଲ ରେ ବ୍ଲକ ସଭାପତି ଙ୍କ କଥାକୁ ନେଇ ତୁମୁଳକାଣ୍ଡ ଘଟିଥିଲା । ଯୁବ ମନ୍ତ୍ରୀ ଙ୍କ ଏହି କଥାକୁ କହିବା ପରେ ସୂଚନା ମୁତାବକ ଵିଷ୍ଣୁ ଙ୍କ ଜଗତସିଂହପୁର ସ୍ଥିତ ଏକ ଖାସ ସମର୍ଥକ ଙ୍କ ପାଖକୁ ରାଜ୍ୟର ଜଣେ ଭାରତୀୟ ଜନତା ପାର୍ଟି ର ପ୍ରଭାବଶାଳୀ ନେତା ଙ୍କ କଲ ଆସିଥିବା ଚର୍ଚ୍ଚାକୁ ନେଇ ସାରା ଜିଲାରେ ହଟଚମଟ ସୃଷ୍ଟି ହୋଇଛି । କିନ୍ତୁ ତାଙ୍କର ଡିଲ କଣ ଥିଲା ଆଉ କାହାକୁ ଫୋନ ଆସିଥିଲା ସେ ବିଷୟରେ କିଛି ସ୍ପଷ୍ଟ ଜଣାଯାଇନଥିଲେବି ଯୁବ ମନ୍ତ୍ରୀ ଙ୍କ କବାଟ ବନ୍ଦ ଆଲୋଚନା, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କୁ ଲକ୍ଷକରି ବିଜେଡି ବିଜୟ ଶଙ୍କର ଙ୍କ ଟିକେଟ କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଏହିବିଷୟରେ ତିର୍ତ୍ତୋଲ ପୂର୍ବତନ ସଭାପତି ବସନ୍ତ ମହାପାତ୍ର ଙ୍କ ଠାରୁ ମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟରେ ସେ ରୋକ ଠୋକ କହିଥିଲେ ଯେ , ସେମିତି କିଛି କଥା ହୋଇନି, କି ମୋ ପାଖକୁ କିଛି କଲ ବି ଆସିନୀ କାହା ପାଖକୁ କଲ ଆସିଥିବ ମୁଁ ଜାଣିନି କିନ୍ତୁ କଥା ଏଠି କାହାର ରହିବନି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶ କୁ ଆମେ ଅପେକ୍ଷା କରିଛୁ । ତାପରେ ନିଷ୍ପତି ଜଗତସିଂହପୁର ଜିଲ୍ଲା ସହିତ ତିର୍ତ୍ତୋଲ ବାସୀଙ୍କ ଉପରେ ନେସ୍ତ କରାଯିବ । ସେମାନେ ଯାହା କହିବେ ତାହାକୁ ଆମେ ପାଳନ କରିବୁ, ଆଜିବି ଜଗତସିଂହପୁର କୁ ଯେଉଁଭଳି ଭାବେ ସୁନ୍ଦର ସହର ଗଠନ କରିବାରେ ବିଷ୍ଣୁ ଭାଇଙ୍କ ଇଛା ଶକ୍ତି ଥିଲା ଆଉ କରିଛନ୍ତି ସେହିପରି
ତିର୍ତ୍ତୋଲ ବାସୀଙ୍କ ପାଇଁ ଥିବା ବିଷ୍ଣୁ ଭାଇଙ୍କ ଇଛା ଅଧୁରା ହୋଇ ରହିଛି ତିର୍ତ୍ତୋଲ ବାସୀଙ୍କ ଉପରେ ଛଡ଼ାଯାଇଛି ।
ତେବେ ଏହି ନିର୍ବାଚନ ମଣ୍ଡଳୀରୁ କେଉଁ ଦଳର କିଏ ପ୍ରାଥି ଓ କାହା ଉପରେ ହାଇକମାଣ୍ଡର ଙ୍କ ମୋହର ବାଜୁଛି ତା ଉପରେ ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.

11 − 10 =