ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

0 525

କଟକ: ଓଡିଶା ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅଶୋକ ସାହୁଙ୍କର ଏଠାରେ ଥିବା ପିଠାପୁରରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ତାଙ୍କୁ 68 ବର୍ଷ ହୋଇଥିଲେ।

ଦୀର୍ଘ ଦିନର ଅସୁସ୍ଥତା ପରେ ସାହୁ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ପରିବାର ସୂତ୍ରରୁ ପ୍ରକାଶ।
ସେ ଆସାମର ଅତିରିକ୍ତ ଡିଜିପି ଭାବରେ କାର୍ଯ୍ୟ କରୁଥିବାବେଳେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ସେ ବିଜେପିରେ ଯୋଗ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ଦଳର ରାଜନେତାମାନେ ସାହୁଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି l ଶ୍ରୀ ପ୍ରଧାନ କହିଛନ୍ତି, ଆମ ଦଳର ଦୀର୍ଘ ସମୟର କାର୍ଯ୍ୟକର୍ତ୍ତା ତଥା ଅବସର ପ୍ରାପ୍ତ ଆଇପିଏସ ଅଧିକାରୀ ଅଶୋକ ସାହୁଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।

ଶ୍ରୀଯୁକ୍ତ ସାହୁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଓଡ଼ିଶାରେ ନିଜକୁ ଅନେକ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଯୋଡ଼ି ସମାଜ ସେବାରେ ସମୟ ଅତିବାହିତ କରୁଥିଲେ ।

ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

Leave A Reply

Your email address will not be published.

seventeen − fourteen =