ମାଆକୁ ମାରିଦେଲେ ଦୁଇ ନାବାଳକ ପୁଅ

0 484

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟକର ଘଟଣାରେ ଆଜି ଏୟାରଫିଲ୍ଡ ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଆପାର୍ଟମେଣ୍ଟରେ ଜଣେ ମହିଳାଙ୍କୁ ତାଙ୍କ ଦୁଇ ପୁଅ ମାଡ ମାରି ହତ୍ୟା କରିଛନ୍ତି l

ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ପାରିବାରିକ କଳହ ଏହି ଘଟଣାର କାରଣ ହୋଇଥିବା ସନ୍ଦେହ କରାଯାଉଛି। ଉଭୟ ଅଭିଯୁକ୍ତ ନାବାଳକ ବୋଲି ସୂତ୍ରରୁ ପ୍ରକାଶ।
ତେବେ ଏୟାରଫିଲ୍ଡ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ତଦନ୍ତ ଆରମ୍ଭ କରି ପଚରାଉଚରା ପାଇଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଅଟକ ରଖିଛି l

Leave A Reply

Your email address will not be published.

6 + 15 =