ପରୀକ୍ଷିତ ତରାଇଙ୍କୁ ସମ୍ବର୍ଦ୍ଧନା

0 631

ପାରାଦ୍ୱୀପ/ଅଠର ବାଙ୍କୀ (ସ୍ମୃତି ରଞ୍ଜନ ଜେନା ) : ପାରାଦ୍ୱୀପଗଡ ଅଂଚଳରେ ସମାଜସେବାରେ ବ୍ରତୀ ଥିôବା ପରୀକ୍ଷିତ ତରାଇଙ୍କ ନିଷ୍ଠାପର, କାର୍ଯ୍ୟପାଇଁ ପାରାଦ୍ୱୀପ ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ପାରାଦ୍ୱୀପ ଯୁବକ ସଙ୍ଘ ପକ୍ଷରୁ ଶ୍ରୀ ତରାଇଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ରବିବାର ଦିନ ସଙ୍ଘର ସଭାପତି ଇଂ ମନୋଜ କୁମାର ନାୟକଙ୍କ ସମେତ କୁମର ରାଉତ, ଅବିନାଶ ପ୍ରଧାନ, ସୟଦ୍ ଅଫଜଲ ଅଲ୍ଲୀ, ସରୋଜ ଓଝା, ତୁଷାରକାନ୍ତ ମଣ୍ଡଳ, ମାନସ ଦାସ, ସରୋଜ କୁମାର ମହାନ୍ତି, ପରମେଶ୍ୱର ନାୟକ, ଅବଦୁଲ ଆଜମ୍ ଖାନ ପ୍ରମୁଖ ପାରାଦ୍ୱୀପଗଡ ଗେଟ୍ ବଜାରରେ ପହଂଚି ଶ୍ରୀ ତରାଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶ ଥାଉକି, ଶ୍ରୀ ତରାଇ ଦୀର୍ଘଦିନ ହେବ ପାରାଦ୍ୱୀପ-ଚଣ୍ଡିଖୋଲ ଜାତୀୟ ରାଜପଥ ଓ ପାରାଦ୍ୱୀପ-କଟକ ରାଜ୍ୟ ରାଜପଥରେ ଗାଡି ଦୁର୍ଘଟଣାରେ ଆହତ ଗାଇଗୋରୁ, କୁକୁରଙ୍କୁ ସେବା ଯୋଗାଇ ଥାଆନ୍ତି, ତତସହିତ ମଲା ଗାଇଗୋରୁ, କୁକୁରଙ୍କ ମୃତ ଦେହ ଉଠାଇ ବାହାରେ ଫୋପାଡିଥାନ୍ତି । ସଡକ ଦୁର୍ଘଟଣାର ଶୀକାର ଲୋକମାନଙ୍କୁ ବି ମେଡିକାଲ ପଠାଇବାରେ ବିଶେଷ ସହଯୋଗ କରିଥାଆନ୍ତି । ଗେଟ୍ ବଜାରରେ ମାଛ ବିକିିବା ସହ ଏଭଳି ସମାଜସେବା କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି । ଏଭଳି ସମାଜ ସେବାକୁ ସମ୍ବର୍ଦ୍ଧନା ଦେଇ ପାରାଦ୍ୱୀପ ଯୁବକ ସଙ୍ଘ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।

Leave A Reply

Your email address will not be published.

3 × one =