ତିର୍ତ୍ତୋଲ ଉପନିର୍ବାଚନ: ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି ସୁର-ମନ୍ଦାକିନୀ !

0 2,705

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ) :ବାଜିଲା ଉପନିର୍ବାଚନୀ ବିଗୁଲ । ନିର୍ବାଚନ କମିଶନ ଆସନ୍ତା ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ୩ ଦଳ ଚଳଚଂଚଳ ।
ଅକ୍ଟୋବର୯ ତାରିଖ ଏନେଇ ଗେଜେଟ୍ ନୋଟ୍ଫିକେସନ ଜାରି କରିବେ ନିର୍ବାଚନ କମିଶନ। ୮ କିମ୍ବା ୯ ତାରିଖରେ ବିଜେଡି ତାର ପ୍ରାଥି ଘୋଷଣା କରିବାର ସୂଚନା ଅଛି !
ଗତ ୧୯ ସଧାରଣ ନିର୍ବାଚନ ସମୟରେ ପୁର୍ବତନ ଦିବଂଗତ ତିର୍ତ୍ତୋଲ ବିଧାୟକ ସ୍ୱର୍ଗତ ଵିଷ୍ଣୁ ଦାସ ଦେହ ଆସୁସ୍ଥତା ହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତିର୍ତ୍ତୋଲ ନିର୍ବାଚନ ପ୍ରଚାର ଆସି ଗଲାପରେ ପରେ,
ନିର୍ବାଚନ ୭ ଦିନ ପୂର୍ବରୁ ଅଚାନକ ବିଜେଡି ପର୍ଯ୍ୟବେକ୍ଷକ ଭାବେ ଦଳ ନାରିନେତ୍ରୀ ମନ୍ଦାକିନୀ କରଙ୍କୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଦାଇତ୍ଵ ନେସ୍ତ କରିଥିଲେ । ଖୁବ କମ ସମୟର ଭିତରେ ନାରିନେତ୍ରୀ ୬ ଦିନରେ ୩ଟି ବ୍ଲକରେ ମାରାଥନ ଭ୍ରମଣ କରି ମହିଳା ମାନଙ୍କୁ ଏକାଠି କରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରୁ ବହୁ ବିଜେଡି ଭୋଟ ସାଂସଦ ଓ ବିଧାୟକ ଙ୍କ ଖାତାକୁ ଆଣିଥିଲେ । ଏହି ମାରାଥନ ପ୍ରଚାର ବହୁ କମ ସମୟରେ ହେଇଥିଲେ ମଧ୍ୟ ସମୟ ଅଭବାରୁ ରଘୁନାଥପୁର ବ୍ଳକ ରେ ସଂଧ୍ୟାରେ ମହିଳା ମାନଙ୍କୁ ୬ ଟା ପରେ ଏକାଠି କରିଥିବା ପାଇଁ ଗତ ୧୯ ସାଧାରଣ ନିର୍ବାଚନ ସମୟରେ ବିଜେପି ଏକ ଅଭିଯୋଗ ମନ୍ଧ୍ୟ ଆଣିଥିଲା । ପରେ ପରେ ତାଙ୍କର ମାରାଥନ ପ୍ରଚାର ଫଳରେ ଆସୁସ୍ଥତା ଥାଇ ମନ୍ଧ୍ୟ ଲୋକଙ୍କ ଆସ୍ଥା ପ୍ରକୋଟରେ ବିଜେଡି ତାର ୨୦ବର୍ଷ ର ରେକର୍ଡ କୁ ଭାଙ୍ଗି ସାଂସଦ ବିପୁଳ ଭୋଟ ପାଇବା ସହିତ ବିଧାୟକ ୪୦୦୦୦ ରୁ ଉର୍ଦ୍ଧ ଭୋଟରେ ବିଜୁ ଜନତା ଦଳ ପ୍ରାଥି ଵିଷ୍ଣୁ ଦାସ ବିଜୟୀ ହୋଇଥିଲେ ।
ଫୁଣି ଆସିଛି ଉପ ନିର୍ବାଚନ କସରତ । ଗଲା ପଂଚାୟତ ନିର୍ବାଚନ ରେ ଜଟଣୀ ନିର୍ବାଚନ ମଣ୍ଡଳୀ ର ଏକ ଜିଲାପରିସଦ ଉପନିର୍ବାଚନ ରେ ଦଳୀୟ ପର୍ଯ୍ୟବେକ୍ଷକ ରେ ରହି ମନ୍ଦାକିନୀ ତିର୍ତ୍ତୋଲ କଂଗ୍ରେସ ପର୍ଯ୍ୟବେକ୍ଷକ ସୁର ରାଉତରାୟ ଙ୍କ ମାରାଥନ ପ୍ରଚାର ମଙ୍ଗ ଧରିବା ସତ୍ୱେ ସେହି ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ଓ ବିଜେପି କୁ ଧୂଳି ଚଟେଇ ଭୋଟ ବିଜେଡି ଖାତାକୁ ଦେଇ ବିପୁଳ ଭୋଟ ବେବଧାନରେ ବିଜୟୀ କରାଇଥିଲେ । ଯାହାକି ସୋସିଆଲ ମେଡିଆ ମନ୍ଦ୍ୟରେ ବିଜେଡ଼ି ତରଫରୁ ପ୍ରଚାର ହୋଇଥିଲା । ଏବେ ଫୁଣି ସମୟ ଆସିଛି ତିର୍ତ୍ତୋଲ ରେ ମୁହାଁ ମୁହିଁ ହୋଇପାରିଆନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସ ପର୍ଯ୍ୟବେକ୍ଷକ ସୁର ଓ ପୁର୍ବତନ ତିର୍ତ୍ତୋଲ ବିଜେଡ଼ି ପର୍ଯ୍ୟବେକ୍ଷକ ମନ୍ଦାକିନୀ ।
ଚାଲିଛି କସରତ ଏବଂ ଲୋକଙ୍କ ଠାରୁ ମିଳୁଛି ଭିନ୍ନ ଭିନ୍ନ ମତ । ଦେଖିବାକୁ ବାକି ରହିଲା କାହା ପଲା ଭାରି ରହିବ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

16 − 14 =