ତିର୍ତ୍ତୋଲ ଉପ ନିର୍ବାଚନ : ବିଜେଡି କର୍ମୀ ସମ୍ମିଳନୀ

0 522

ତିର୍ତ୍ତୋଲ : ଆଜି ସନ୍ଧ୍ୟାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଙ୍କୁ ନେଇ ଏକ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଆଗାମୀ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୁ ଜନତାଦଳକୁ ସମଗ୍ର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟ ଦେଇ ଜୟଯୁକ୍ତ କରିବାକୁ ଶପଥ ନିଆଗଲା ଓ ଶୃଙ୍ଖଳିତ ଭାବେ କୋବିଡ୍ ନିୟମ ମାନି ନିର୍ବାଚନର ସୁପରିଚାଳନା କରିବା ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଗଲା। ଏହି ସମ୍ମିଳନୀରେ ତିର୍ତ୍ତୋଲ ନିର୍ବାଚନ ଦାୟିତ୍ଵରେ ଥିବା ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ,ତିର୍ତ୍ତୋଲ ର ପୂର୍ବତନ ବିଧାୟକ ତଥା ଜଗତସିହପୁରର ପର୍ଯ୍ୟବେକ୍ଷକ ଶ୍ରୀ ଦେବାଶିଷ ସାମନ୍ତରାୟ, ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀ, ଦିଲ୍ଲୀପ ପଣ୍ଡା, ବ୍ଲକ୍ ବିଜେଡ଼ି ସଭାପତି ଗଙ୍ଗାଧର ବିଶ୍ଵାଳ, ବ୍ଲକ୍ ବିଜେଡ଼ି ନେତା ତପନ କୁମାର ନାୟକ ,ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ସ୍ମୃତି ରଞ୍ଜନ ସାମଲ, ରାଜ୍ୟ ଛାତ୍ର ବିଜେଡ଼ି ଉପ ସଭାପତି ଶ୍ରୀ କମଲ ଜ୍ୟୋତି ଦାସ , ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଅଦ୍ୟେତ ଖଣ୍ଡୁଆଳ, ବିଜେଡ଼ିନେତା କୁନା ଖଣ୍ଡୁଆଳ , ମଣ୍ଟୁ ବାବୁ, ସୂଜାତ୍ ଅଲ୍ଲୀ , ଅନିଲ ଦାସ ଓ ଅନ୍ୟାନ୍ୟ ଶତାଧିକ ବିଜେଡ଼ି ନେତା ଯୋଗଦେଇଥିଲେ।

Leave A Reply

Your email address will not be published.

three × two =