ବୁଢ଼ାପଡା ପଞ୍ଚାୟତ ବାସୀଙ୍କ କଥା ରଖିବେ ସରକାର ! ସମସ୍ୟାର ସମାଧାନ କରିବାକୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ନୋଟିସ

0 1,633

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ବିରିଡି ବ୍ଳକ ବୁଢ଼ାପଡା ପଡା ଗ୍ରାମ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ରେ ସରକାରୀ ନିଅମବଳି ଅନୁସାରେ କମ ପିଲା ହେତୁ ବୁଢ଼ାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ନିକଟ ପଂଚାୟତ ର ଆଜାଦହିନ୍ଦ ବିଦ୍ୟାଳୟ ସହିତ ମିଶ୍ରଣ କରିବାକୁ ଏକ ନୋଟିସ ଆସିଥିଲା ! ସରକାରୀ ଙ୍କ ନିଅମ ବଳୀକୁ ଆଧାର କରି ରାଜ୍ୟ ରେ ୨୫ ଜଣ ପିଲା ତଳକୁ ଯେଉଁ ବିଦ୍ୟାଳୟ ଚାଲୁଛି ତାକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟ ସହିତ ଯୋଡ଼ିହେବାକୁ କୁହାଯାଇଛି । ଏହା ଜାଣିବା ପରେ ବୁଢ଼ାପଡା ପଞ୍ଚାୟତ ବାସୀଙ୍କ ତରଫରୁ ଜନପ୍ରତିନିଧି ଙ୍କ ପାଖକୁ ଦଉଡି ଦଉଡି ନିରାଶ ହେବା ପରେ ଲିଖିତ ଅକାରରେ ଜିଲ୍ଲା ପ୍ରଶାସନ ସହିତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଅୟୋଗ ଙ୍କ ନିକଟକୁ ଦରଖାସ୍ତ ମାଧ୍ୟମରେ ସରକାରଙ୍କୁ ବିଦ୍ୟାଳୟ ନ ଉଠାଇବା ପାଇଁ ପଞ୍ଚାୟତ ବାସୀ ଗୁହାରି ଜଣାଇଥିଲେ । ଦରଖାସ୍ତ ରେ ଲେଖାକୁ ଆଧାର କରି ବୁଢ଼ାପଡା ଇଉ ପି ବିଦ୍ୟାଳୟ ରେ ୩୫ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଆଜାଦହିନ୍ଦ ବିଦ୍ୟାଳୟ ଏଠାରୁ ପ୍ରାୟ ଏକ କିମି. ଦୂରରେ ଅବସ୍ଥିତ । ଏହି ବାଟଦେଇ ଗଲାବେଳେ ନିଛାଟିଆ ଜଙ୍ଗଲ ସହିତ ୨ଟି ଭଙ୍ଗା ପୋଲ ରହିଛି ବୋଲି ବିଭିନ୍ନ ସମସ୍ୟା କୁ ଆଖିରେ ରଖି ଅଭିଭାବକ ଙ୍କ ସହିତ ବୁଢ଼ାପଡା ପଞ୍ଚାୟତ ବାସୀ ଦରଖାସ୍ତ ମାଧ୍ୟମରେ ଗୁହାରି କରିଥିଲେ । ଏହିପରି ସମସ୍ୟାର ସମାଧାନ ପାଇଁ ନିକଟରେ ଶିଶୁ ସୁରକ୍ଷା ର ଏକ ଟିମ ସେହି ବିଦ୍ୟାଳୟ କୁ ଯାଞ୍ଚ କରିବା ସହିତ ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଅୟୋଗର ମନ୍ଦାକିନୀ କର ନୋଟିସ କରିଛନ୍ତି ବିରିଡି ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସମେତ ଜିଲ୍ଲାର ଶିକ୍ଷା ପ୍ରକଳ୍ପ ଅଧିକାରୀ ଙ୍କୁ । ଯାହାକୁ ନେଇ ଏବେ ବୁଢ଼ାପଡା ପଞ୍ଚାୟତ ବାସୀଙ୍କ ମନରେ ଖୁସିର ଲହରୀ ଖେଳିଛି । ଏବଂ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ବୁଢ଼ାପଡା ପଞ୍ଚାୟତ ବାସୀଙ୍କ ଅସୁବିଧା କୁ ଗମ୍ଭୀରତାର ସହିତ ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପଞ୍ଚାୟତ ବାସୀ ।

Leave A Reply

Your email address will not be published.

9 + 17 =