କୁଳମଣି ଷଡ଼ଙ୍ଗୀଙ୍କ ଭ୍ରମଣ କାହାଣୀ ‘ଏମିଲିଆ ଫର୍ଣ୍ଣାଡେଜ’ ଉନ୍ମୋଚିତ

0 571

ଭୁବନେଶ୍ୱର : ଖଣ୍ଡପଡାର ଜଣେ ବରପୁତ୍ର, ନାବାର୍ଡର ଅବସରପ୍ରାପ୍ତ ମୂଖ୍ୟ ମହାପ୍ରବନ୍ଧକ ତଥା ସୁଲେଖକ ଶ୍ରୀଯୁକ୍ତ କୁଳମଣି ଷଡ଼ଙ୍ଗୀଙ୍କ ଷଷ୍ଠ ପୁସ୍ତକ “ଏମିଲିଆ ଫର୍ଣ୍ଣାଡେଜ”ଓଡ଼ିଶାର ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଦାଶ୍ ବେନହୁରଙ୍କ କର କମଳରେ ୨୨, ଅକ୍ଟୋବର, ୨୦୨୦ରେ ଲୋକାର୍ପିତ ହୋଇଛି।

ଲେଖକଙ୍କର ମେଘାଳୟରେ ରହଣି ସମୟର ଅନୁଭୂତି ଏହି ଭ୍ରମଣ କାହାଣୀରେ ଚମତ୍କାର ଭାବରେ ସଚିତ୍ର ବର୍ଣ୍ଣନା କରାଯାଇଛି। ମେଘାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁପମ ବର୍ଣ୍ଣନାରେ ପୁସ୍ତକଟି ରସାଣିତ। ଏହା ନିଶ୍ଚିତ ଭାବରେ ପାଠକୀୟ ଆଦୃତି ସାଉଁଟିବ ବୋଲି ଆଶା। ପୁସ୍ତକଟି ଓଡିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ଶାନ୍ତିସେନା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ହୋଇଛି l

Leave A Reply

Your email address will not be published.

10 − three =