ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ‘ପ୍ରେମ ଫଲ୍‌ଗୁ’ ଉନ୍ମୋଚିତ

0 1,049

ଜଗତସିଂହପୁର : ଦଶହରା ଅବ୍ୟାବହିତ ପୂର୍ବରୁ ଜଗତସିଂହପୁର ସଦର ମହକୁମାରେ ଅବସ୍ଥିତ ସର୍ବ ପୁରାତନ ଓ ଜିଲ୍ଲାର ସର୍ବ ବୃହତ୍ତମ କଲେଜ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟରତ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ କବିତା ସଂକଳନ ” ପ୍ରେମ ଫଲ୍‌ଗୁ ” ପ୍ରକାଶିତ ହୋଇଛି l

ପ୍ରେମ ଫଲ୍‌ଗୁର ସବୁ କବିତାରେ ପ୍ରେମର ଉଚ୍ଛ୍ୱାସ ସ୍ୱତଃସ୍ପୁତ ଭାବରେ ବାରି ହୋଇପଡେ l ବୃତ୍ତିରେ ଶ୍ରୀ ବେହେରା ଜଣେ ରାଜନୀତି ବିଜ୍ଞାନର ଅଧ୍ୟାପକ କିନ୍ତୁ ପ୍ରବୃତ୍ତିରେ ସେ ଜଣେ ଛଳଛଳ ସମ୍ୱେଦନଶୀଳନତାରେ ଭର୍ ପୁର୍ କବି ପ୍ରାଣର ମଣିଷ l ” ପ୍ରେମ ଫଲ୍‌ଗୁ ” କବିତା ସଂକଳନର କବିତାଗୁଡିକର ଭାଷା ସରଳ ଓ ମନଜିଣା l ଜଣେ ପ୍ରେମିକ ମନର ନିଃସର୍ତ୍ତ ଭଲପାଇବାକୁ ସାଥୀରେ ଧରି ଲେଖିଥିବା ଏଇ ସବୁ କବିତାରେ ଭରି ରହିଛି ପ୍ରେମ, ପ୍ରଣୟ ଓ ପୂଜନର ଅଦ୍ଭୁତପୂର୍ବ ସୃଜନଧାରା l

ଶ୍ରୀ ବେହେରା ତାଙ୍କର ଏହି କବିତା ସଂକଳନ ” ପ୍ରେମ ଫଲ୍‌ଗୁ ” କୁ ଉଭୟେ ଇଂରାଜୀ ଓ ଓଡିଆ ସାହିତ୍ୟରେ ବେଶ୍ ଦଖଲ ଥିବା ସାହିତ୍ୟିକ, ନାଟ୍ୟକାର, ପ୍ରାବନ୍ଧିକ, କବି ଓ ଅଧୁନା ଏସ.ଭି.ଏମ. କଲେଜରେ କାର୍ଯ୍ୟରତ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ଶ୍ରୀହସ୍ତରେ ଉତ୍ସର୍ଗ କରିଛନ୍ତି l ଶାନ୍ତିସେନା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ଏହି କବିତା ସଂକଳନର ମୂଲ୍ୟ ୧୨୦ଟଙ୍କା ହୋଇଥିବାବେଳେ ତାହା ବର୍ତ୍ତମାନେ ଭୁବନେଶ୍ବରର ପୁରୁଣା ବସଷ୍ଟାଣ୍ତ୍ ସ୍ଥିତ ନାରାୟଣୀ ବୁକ୍ ଷ୍ଟୋର, ମହାନ୍ତି ବୁକ୍ ଷ୍ଟୋର୍, ତପନ ବୁକ୍ ଷ୍ଟୋର୍, କଟକ ବାଦାମବାଡିସ୍ଥିତ ଏକେ. ମିଶ୍ର ଏଜେନ୍ସି , ଜଗତସିଂହପୁର ବସଷ୍ଟାଣ୍ତ ନିକଟ ତ୍ରିମୁର୍ତ୍ତି ବୁକ୍ ଷ୍ଟୋର, ସରକାରୀ ବାଳିକା ବିଦ୍ୟାଳୟ ନିକଟ ଜ୍ଞାନପ୍ରଭା ବୁକ୍ ଷ୍ଟୋର୍ ଓ ଜଲେଜଛକ ନିକଟସ୍ଥ ଶାରଳା ବୁକ୍ ଷ୍ଟୋର୍ ରେ ମିଳିପାରିବ l ଏହାବାଦ୍ ଅନଲାଇନ୍ ସେବା ପ୍ରଦାନକାରି ସଂସ୍ଥା ଆମାଜନରେ ମଧ୍ୟ ବିନା ବାଟଖର୍ଚ୍ଚରେ ବର୍ତ୍ତମାନ ” ପ୍ରେମ ଫଲ୍‌ଗୁ ” ଉପଲବ୍ଧ l

ପାଠକଙ୍କ ହୃଦୟକୁ ” ପ୍ରେମ ଫଲ୍‌ଗୁ ” ର କବିତାଗୁଡିକ ଛୁଇଁଯିବ ବୋଲି ଆଶା କରାଯାଏ l

Leave A Reply

Your email address will not be published.

nineteen − 9 =