ସମୁଦ୍ର ମଧ୍ୟରେ ଉଦ୍ଧାର ଓ ଉଚ୍ଚ ପାରିଦର୍ଶିତା ପାଇଁ ସାହାସୀ କର୍ମଚାରୀଙ୍କୁ ସାଧବ ସିପିଂ ପକ୍ଷରୁ ସମ୍ବର୍ଦ୍ଧନା

0 480


ପାରାଦୀପ/ ଅଠରବାଙ୍କୀ (ସ୍ମୃତି ରଞ୍ଜନ ଜେନା) : ଅକ୍ଟୋବର ୨୨ତାରିଖ ଦିନ ପାରାଦୀପ ବନ୍ଦର ଆଙ୍କରେଜରେ ଥିବା ଜାହାଜ ଓସନ୍‌ ସେଂଚୁରୀରୁ ଅଶାନ୍ତ ସମୁଦ୍ର ମଧ୍ୟକୁ ଖସି ପଡିଥିବା ଇଂଜିନିୟର ମାନଙ୍କୁ ଉଦ୍ଧାର କରିଥିବା ଦକ୍ଷ ଓ ସାହାସି କର୍ମଚାରୀଙ୍କୁ ସାଧବ ସିପିଂ ପକ୍ଷରୁ ସଂମ୍ବର୍ଦ୍ଧିତ କରାଯାଇଛି । ପାରାଦୀପ ବନ୍ଦରରେ ନିୟୋଜିତ ସାଧବ ସିପିଂ କମ୍ପାନୀର ସ୍ପିଡ ବୋଟ ଜାଭାର ମଷ୍ଟର ବିକାଶ ଚନ୍ଦ୍ର କଳସ ଦକ୍ଷତା ଓ ଓ ଉଚ୍ଚ ପାରିଦର୍ଶିତା ପ୍ରଦର୍ଶନ ପୂର୍ବକ ଖବର ପାଇବା ମାତ୍ରେ ବୋଟକୁ ଅଶାନ୍ତ ସମୁଦ୍ର ମଧ୍ୟକୁ ନେଇ ପ୍ରାୟ ଦେଢ ଘଂଟା ଖୋଜାଖୋଜି ପରେ ଗୋଟିଏ ଲାଇଫ୍‌ ବୟକୁ ଧରି ଭାସୁଥିବା ୩ଜଣ ଇଂଜିନିୟରଙ୍କୁ ବୋଟ ଉପରକୁ ଉଠାଇ ଉଦ୍ଧାର କରିଥିଲେ । ଏହି ଉଦ୍ଧାର କାର୍ଯ୍ୟ ପାଇଁ ଶନିବାର ଦିନ ସାଧବ ସିପିଂ କମ୍ପାନୀ ପକ୍ଷରୁ ଏକ ସଂମ୍ବର୍ଦ୍ଧନା ଉତ୍ସବ ଆୟୋଜିତ କରାଯାଇ ଥିଲା । ଏହି ଉତ୍ସବରେ ପାରାଦୀପ ବନ୍ଦର ଡେପ୍ୟୁଟି କଂଜରଭେଟର, ହାର୍ବର ମାଷ୍ଟର ଓ ବରିଷ୍ଠ ମେରାଇନ୍‌ ଇଂଜିନିୟରଙ୍କ ଦ୍ୱାରା ଉଦ୍ଧାରକାରୀ ସ୍ପିଡ ବୋଟର ମଷ୍ଟର ଏବଂ ଦୁଇ ନାବିକଙ୍କୁ ମାନପତ୍ର ଓ ଆର୍ଥିକ ପୁରଷ୍କାର ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସମେତ ବହୁ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

13 − 8 =