କବି ଶାରଦା ପ୍ରସନ୍ନ ଆଚାର୍ଯ୍ୟଙ୍କ କବିତା ପୁସ୍ତକ ‘ମୋ ପୃଥିବୀ’ ଲୋର୍କାପିତ

0 715


ମାଲକାନଗିରି : ମାଟିଲଗ୍ନା ସାହିତ୍ୟ ସଂସଦ, ମାଲକାନଗିରି ମାଟିର କାଉଁରୀକନ୍ୟା “ମାଟିଲଗ୍ନା” ଶାରଦୀୟ ବିଷେଶାଙ୍କ ପତ୍ରିକା ଯୋଗୁଁ ଏହାର ପ୍ରଥମ ସଂସ୍କରଣ ଉନ୍ମୋଚନ କୋରାପୁଟର ଶାବର ଶ୍ରୀକ୍ଷେତ୍ର ସ୍ଥିତ ଅତିଥି ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ବର୍ତ୍ତମାନର ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ covid-19 ନିୟମ ଅନୁଯାୟୀ ନିରାଡମ୍ବର ଭାବେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସଂପାଦକ ଦୀନବନ୍ଧୁ ବେଜଙ୍କ ଆମନ୍ତ୍ରଣ କ୍ରମେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଓ ଓ ମୁଖ୍ୟ ବକ୍ତା କବି ଜଜ୍ଞଶ୍ଵର ପଣ୍ଡାଙ୍କ ଦ୍ଵାରା ମଙ୍ଗଳାଚରଣ ପାଠରେ ପ୍ରଭୂ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାଅର୍ପଣ କରି ଦୀପ ପ୍ରଜ୍ୱଳନ କରି ଅନୁଷ୍ଠାନିକ ଭାବରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଅତିଥି ପରିଚୟ କରିଥିଲେ କବୟିତ୍ରୀ ଶୋଭାଗିନୀ ନନ୍ଦ । ସଂପାଦକ ଦୀନବନ୍ଧୁ ବେଜ ବିବରଣୀ ପାଠ କରିଥିଲେ । ପ୍ରଥମେ ସମ୍ମାନିତ ଅତିଥି ଜଳଧର ପରିଡା ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ଅନ୍ୟତମ ସମ୍ମାନୀତ ଅତିଥି ସରୋଜ କୁମାର ପରିଡା ଏବଂ ମୁଖ୍ୟଅତିଥି ଗଦାଧର ପରିଡା ତାଙ୍କର ବହୁମୂଲ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଲକ୍ଷ୍ମୀକାନ୍ତ ପାଢୀ ସାହିତ୍ୟକୁ ନେଇ ବହୁତ ଖୁସି ରହିବାର କଳା ଶିଖାଇଥିଲେ , ନିମନ୍ତ୍ରିତ ସାହିତ୍ୟ ଅନୁରାଗୀ ବନ୍ଧୁମାନେ ସାନିଟାଇଜର, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ପାଳନ କରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଶେଷରେ କବି ସମରେନ୍ଦ୍ର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତି କିଶୋର ପ୍ରଧାନ ସାହିତ୍ୟ ସଂସଦର ଆଭିମୁଖ୍ୟ ବିଷୟରେ ଆଲୋକ ହାତ କରି ଥିଲେ । ଇତ୍ୟବସରରେ ମାଲ୍ୟାଣୀ ସାହିତ୍ୟ ପତ୍ରିକାର ସୁବର୍ଣ୍ ଜୟନ୍ତୀ ଉଦ୍ଦେଶ୍ୟରେ ସାତ ଜଣ ଶ୍ରେଷ୍ଠ ବ୍ୟାକ୍ତିଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ସର୍ବଶେଷରେ ମାଟି ଲଗ୍ନା ପୂଜା ବିଷେଶାଙ୍କ ଏବଂ କବି ଶାରଦା ପ୍ରସନ୍ନ ଆଚାର୍ଯ୍ୟଙ୍କ କବିତା ପୁସ୍ତକ ମୋପୃଥିବୀ ଲୋର୍କାପିତ ହୋଇଥିଲା । ଏହି ବୈଠକରେ ମାଟିଲଗ୍ନା ସାହିତ୍ୟ ସଂସଦ, ମାଲକାନଗିରି , ଓଡିଶା, ର ପଦକ୍ଷେପକୁ ସବ ମହଲରେ ଭୂରି ଭୂରି ପ୍ରଶସାଂ କରାଯାଇ ଥିଲା ।
ଦିତୀୟ ଅଧିବେଶନରେ ଏକ ସ୍ଵରଚିତ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ଗୌର ସାହୁ, କବୟିତ୍ରୀ ତପସ୍ଵିନୀ ସାହୁ, କବି ସୀମାଞ୍ଚଳ ପଣ୍ଡାଙ୍କ ସଂଯୋଜନା ରେ ପ୍ରାୟ ୨୫ ଜଣ କବି କବଯିତ୍ରୀ ସେମାନଙ୍କ ସ୍ଵରଚିତ କବିତା ପାଠ କରିଥିଲେ । ଏହି କବିତା ଆସରରେ କବି ଯତିନ୍ତ୍ର ସ୍ଵାଇଁ, ସୂର୍ଯ୍ୟନାରାୟଣ ସାବତ,ଗଣପତି ବାଗ,ଗୋଦାବରିଶ ଦାସ, କରୁଣାକର ମଲ୍ଲିକ, ଗିରିଜା ଶଙ୍କର ସିଂ କରି ଅଶୋକ ନାଏକ ଏବଂ ବିଶିଷ୍ଟ କବି ଯଜ୍ଞଶ୍ଵର ପଣ୍ଡା ଭାଗ ନେଇଥିଲେ । ପରେ ସଭାପତିଙ ଆହ୍ୱାନକ୍ରମେ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.

one × 3 =