ରୋଟାରୀ ଏଲିଟ ପ୍ରତିଷ୍ଠାନ ସମାରୋହ

0 762


ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଓ ପୁରାତନ କ୍ଲବ ରୋଟାରୀ ଏଲିଟ୍ର ପ୍ରତିଷ୍ଠାନ ସମାରୋହ ଏବଂ ଗଭର୍ଣ୍ଣର ପରିଦର୍ଶନ ଆୟୋଜନ ହୋଇଯାଇଛି । ଦେଶର ଜଣାଶୁଣା ସମାଜସେବୀ ସରୋଜ କୁମାର ଦାଶ ସଭାପତି ଭାବେ ଏହାର ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଶ୍ରୀ ଗୋଲକ କୁମାର ମାଝୀ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ଗଭର୍ଣ୍ଣର ସୌମ୍ୟ ରଞ୍ଜନ ମିଶ୍ର ଚଳିତ ବର୍ଷ କୋଭିଡ ସମୟରେ ରୋଟାରୀ ଏଲିଟ ତରଫରୁ ନିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ବିଷୟରେ ଆଲୋଚନା କରିଥିଲେ । ରୋଟାରୀ ଏଲିଟ୍ର ସଭାପତି ଶ୍ରୀ ଦାଶ କ୍ଲବ ତରଫରୁ ହେଉଥିବା ଅନେକ କାର୍ଯ୍ୟକ୍ରମର ଧାରା ବିବରଣୀ ଉପସ୍ଥାପନା କରିଥିଲେ । ବିଭିନ୍ନ ସ୍ଥାନରେ ଛୋଟପିଲାଙ୍କ ପାଇଁ ଖାଦ୍ୟ ସାମଗ୍ରୀର ବ୍ୟବସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ଦାଶ ଜଣାଇଥିଲେ । ଏତଦ୍ବ୍ୟତୀତ ପରିବେଶ ସୁରକ୍ଷା, କୋଭିଡ ସମୟରେ ଅନ୍ଲାଇନ ମାଧ୍ୟମରେ ଶିକ୍ଷାଦାନ, ସ୍ୱାସ୍ଥ୍ୟକ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ । ‘ରୋଟାରୀ ସୁଯୋଗ ସୃଷ୍ଟି କରେ’ ବିଚାରଧାରାରେ ଉଦ୍ବୃଦ୍ଧ ହୋଇ ଏଲିଟ ଆଗାମୀ ଦିନରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରିବ ବୋଲି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀ ଚିତରଞ୍ଜନ ମିଶ୍ର, ଜଏଂଟ ସେକ୍ରେଟାରୀ ଭାବେ ଶ୍ରୀ ନିହାରେନ୍ଦୁ ଭୂୟାଁ ମହାପାତ୍ର, ସଙ୍ଗୀତା ଭଞ୍ଜ ଚୌଧୁରୀ, ବିଭିନ୍ନ ପ୍ରୋଜେକ୍ଟ ଡାଇରେକ୍ଟର ଓ କ୍ଲବର ସମସ୍ତ କର୍ମକର୍ତାମାନେ ଯୋଗ ଦେଇଥିଲେ । କୋଭିଡ ନିୟମାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।

Leave A Reply

Your email address will not be published.

9 − seven =