ପାରାଦୀପ ବନ୍ଦର ୪ନମ୍ବର ରେଲୱେ ଗେଟ୍‌ ପରିଚାଳନାରେ ଅସମର୍ଥ ପି.ଆଇ.ସି.ଟି

0 673


ପାରାଦୀପ / ଅଠରବାଙ୍କୀ (ସ୍ମୃତି ରଞ୍ଜନ ଜେନା ) : ପାରାଦୀପ ବନ୍ଦର ଗେଟ୍‌ ନମ୍ବର-୫ରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପି.ଆଇ.ସି.ଟି) ନିଜସ୍ୱ ବର୍ଥ ନିର୍ମାଣ କରି ପଣ୍ୟ ରତ୍ପାନୀ ଆମଦାନୀ କରୁଛି । ଏହି ସଂସ୍ଥା ନିଜସ୍ୱ ବର୍ଥକୁ ରେଳପଥରେ ସଂଯୋଗୀକରଣ କରିଛି । ପାରାଦୀପ ବନ୍ଦର ର ୩,୪ନମ୍ବର ଗେଟ୍‌ ନିକଟ ଦେଇ ଏହି ରେଳଲାଇନ୍‌ ପି.ଆଇ.ସି.ଟି ରେ ପହଁଚିଛି । ପାରାଦୀପ ବନ୍ଦର ର ୪ନମ୍ବର ଗେଟ୍‌ ନିକଟରେ ଥିବା ରେଲୱେ ଗେଟ୍‌ ସବୁ ବେଳେ ଅକାମୀ ହେବା ଦେଖିବାକୁ ମିଳୁଛି । ଫାଟକର ଗେଟ୍‌ ଅପ୍‌ଡାଉନ୍‌ ନ ହେବା ଯୋଗୁଁ ଅତି ବିପଦଜନକ ଭାବେ ଲୋକମାନେ ଚଳନ୍ତି ରେଳଗାଡି ନିକଟକୁ ଗାଡି ନେଇ ଚାଲି ଯାଆନ୍ତି । ଫାଟକରେ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ରହୁଥିବାରୁ ବେଳେ ବେଳେ ସେମାନେ ଚେନ୍‌ କଡିଆ ଧରି ଫାଟକ ନିକଟରେ ଠିଆ ହେଉଛନ୍ତି । ଦୀର୍ଘ ଦିନ ହେବ ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ କୌଣସି ପଦକ୍ଷେପ ନେବାକୁ କାହିଁକି ଉଚିତ୍‌ ମଣୁ ନାହାନ୍ତି ପି.ଆଇ.ସି.ଟି କତ୍ତୃପକ୍ଷ ତାହା ବୁଝାପଡୁନି । ଏହି ୪ନମ୍ବର ଗେଟ୍‌ ଦେଇ ପାରାଦୀପ ବନ୍ଦର ଅଧିକାରୀ, କର୍ମଚାରୀ, ଶ୍ରମିକଙ୍କ ସମେତ ବନ୍ଦର ବ୍ୟବହାରକାରୀ ସଂସ୍ଥା ମାନଙ୍କର ଶ୍ରମିକ, ଅଧିକାରୀମାନେ ପ୍ରତ୍ୟେକ ଦିନ ଯାଆଆସ କରିଥାଆନ୍ତି । ତେଣୁ ଏହିଭଳି ସମସ୍ୟାକୁ ସମସ୍ତେ ଭୋଗୁ ଥିବାବେଳେ ଗେଟ୍‌ ର ସୁପରିଚାଳନା କଥା ଭୁଲି ଯାଇଛନ୍ତି ପି.ଆଇ.ସି.ଟି କତ୍ତୃପକ୍ଷ । ପାରାଦୀପ ବନ୍ଦର ଠାରୁ ଦୀର୍ଘ ମିଆଦି(୩୦ବର୍ଷ) ଲିଜ୍‌ ସୂତ୍ରରେ ବର୍ଥ ନେଇଥିବା ପି.ଆଇ.ସି.ଟି ଏକ ଲାଭକାରୀ ସଂସ୍ଥା । ପ୍ରତ୍ୟହ ୮ରୁ ୧୦ଗୋଟି ଟ୍ରେନ୍‌ ଯାଆ ଆସ କରୁଥିବା ବେଳେ ଏଭଳି ସମସ୍ୟା ଯୋଗୁଁ ଶ୍ରମିକ କର୍ମଚାରୀମାନେ କର୍ମକ୍ଷେତ୍ରରେ ବିଳମ୍ବରେ ପହଁଚୁଥିବା ଜାଣିବାକୁ ମିଳୁଛି । ପି.ଆଇ.ସି.ଟି ନିଜର ବ୍ୟବସାୟ ପାଇଁ ଅନ୍ୟ ସଂସ୍ଥାର ଶ୍ରମିକ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ପି.ଆଇ.ସି.ଟି ଏଠାରେ ଏକ ଓଭରବ୍ରିଜ୍‌ ନିର୍ମାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.

11 − one =