ପୁସ୍ତକ ସମୀକ୍ଷ।: କବି ସାରଦା ପ୍ରସାଦ ଆଚାର୍ଯ୍ୟଙ୍କ ‘ମୋ ପୃଥିବୀ’

0 810

ମୋ ପୃଥିବୀ
କବି: ସାରଦା ପ୍ରସାଦ ଆଚାର୍ଯ୍ୟ
ପ୍ରକାଶକ: ତୀର ତରଙ୍ଗ, ଭୁବନେଶ୍ୱର
ମୂଲ୍ୟ: ୧୨୦ଟଙ୍କା, ପୃଷ୍ଠା: ୧୩୧
କବି ସାରଦା ପ୍ରସାଦ ଆଚାର୍ଯ୍ୟଙ୍କ ସ୍ମୃତି ଓ ଶ୍ରୁତିର କଢ଼ ସବୁ ପ୍ରସ୍ଫୁଟିତ ହୋଇଉଠିଛି ‘ମୋ ପୃଥିବୀ’ କବିତା ସଙ୍କଳନରେ । ସାଧାରଣ ମଣିଷର ଦୈନନ୍ଦିନ ଜୀବନର ସଂର୍ଘଷର ପ୍ରତିଛବି ଚମକ୍ରାର ଭାବେ ଚିତ୍ରଣ ହୋଇଛି ଅନେକ କବିତାରେ । ଯେମିତି ‘ପେଟ’ କବିତାରେ, ଧାରଣା/ ଆନ୍ଦୋଳନ/ ସଂଘର୍ଷ ସବୁ / ପେଟ ପାଇଁ/ ମୁଣ୍ଡ ଟେକିବା ପାଇଁ । ପେଟରେ ଭୋକ/ ଜୀବନ ଧରେ । ମନରେ ଭୋକ/ ସମ୍ପତ୍ତି/ ରତି/ ପ୍ରତିପତ୍ତି ପଛରେ ଦଉଡେ଼ । ସେହିପରି ‘ସମ୍ପର୍କ’ କବିତାରେ , ତୁମ ବିଧ୍ୱସ୍ତ ବୀଜରୁ ସମ୍ପର୍କ ଆରମ୍ଭ/ ତୁମ ଅଧରପଣା ଅମୃତରୁ ଜୀବନ୍ୟାସ/ ତୁମ ଆକର୍ଷଣ ବିକର୍ଷଣରେ ସ୍ଥିତି ଓ ପ୍ରଳୟ/ ତୁମ ପ୍ରେମ ସବୁବେଳେ ଶାଶ୍ୱତ ଓ ଚିରନ୍ତନ । ନିଜର ଅନୁଭୂତି, କଳ୍ପନା, ଚିନ୍ତା ଓ ଚେତନାକୁ କବିତାର ରୂପ ଦେଇଛନ୍ତି କବି । କବି ନିଜେ ଏ କଥାକୁ ମୁଖବନ୍ଧରେ ସ୍ୱୀକାର କରିଛନ୍ତି । ‘ଘାଟ’, ‘ଚୁପ୍‌’, ‘ଗଙ୍ଗାସ୍ନାନ’, ‘ଶରଶଯ୍ୟା’, ‘ବିଷ’, ‘ହାଟ’, ‘ଭୋକ’, ‘ନିଆଁ’, ‘ଝଡ଼’, ‘ବାପା’, ‘ବୋଉ’ ଓ ଶୀର୍ଷକ କବିତା ‘ମୋ ପୃଥିବୀ’ ଭଳି କବିତାଗୁଡ଼ିକ ନିଜର ପଣକୁ ଯେମିତି ଉନ୍ମୋଚିତ କରେ । ପ୍ରତିଟି କବିତାର ଭାବ ନିବିଡ଼, ଭାଷା ସହଜ । ଏମିତି ଅନେକ କବିତା ପାଠକଙ୍କ ମନକୁ ଜିଣିବାର ସାମର୍ଥ୍ୟ ରଖିଛନ୍ତି ।

Leave A Reply

Your email address will not be published.

3 × two =