‘ସାହିତ୍ୟ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ’

0 573

କୋଠଘର ସାହିତ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର : ସାହିତ୍ୟ ସବୁବେଳେ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ । ବ୍ୟକ୍ତି ଓ ବିଶ୍ୱ ମଧ୍ୟରେ ଥିବା ସମ୍ପର୍କ ଭିତରେ ଅସଂଖ୍ୟ ଅନୁଭବକୁ ବ୍ୟକ୍ତ କରିଥାଏ ସାହିତ୍ୟ । ସମୟର ସ୍ନାୟୁରେ ଶବ୍ଦ ସଂରଚନା ପ୍ରତ୍ୟେକ ସୃଜନଶୀଳତାର ଆଧାର ବୋଲି ‘କୋଠଘର ଆମ ସାହିତ୍ୟ ପରିବାର’ର ବାର୍ଷିକ ଉତ୍ସବ ଓ ‘କୋଠଘର’ ପୁସ୍ତକ ଉନ୍ମୋଚନ ପର୍ବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ରବିବାର ଅପରାହ୍ଣରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଆୟୋଜିତ ଏହି ଉତ୍ସବକୁ ବିଶିଷ୍ଟ ସାହିତ୍ୟିକ ଓ ପୂର୍ବତନ ପୋଲିସ୍ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ଉଦ୍ଘାଟନ କରି ସାହିତ୍ୟର ଆଉ ଏକ ଦାଣ୍ଡିଯାତ୍ରା ଆରମ୍ଭ ହେଉ ବୋଲି ଆଶା ପ୍ରକଟ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଦସ୍ୟମାନଙ୍କ କବିତାରେ ସମୃଦ୍ଧ ‘କୋଠଘର’ ସଂକଳନକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଉତ୍ସବରେ ବିଶିଷ୍ଟ ସାହିତ୍ୟିକା ଡକ୍ଟର ଶକୁନ୍ତଳା ବଳିଆରସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟର ପ୍ରାଣସ୍ପନ୍ଦନ ପ୍ରତ୍ୟେକଙ୍କୁ ପ୍ରଭାବିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ତଥା ବିଶିଷ୍ଟ କବି ଡକ୍ଟର ହୁସେନ ରବିଗାନ୍ଧୀ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କବି ଅନାଦି ଓ ଅମର ବୋଲି ମତଦେଇ ସେ ସୃଜନ ଓ ସ୍ୱପ୍ନର ସଂକଳ୍ପମୟ ସୌଦାଗର ବୋଲି କହିଥିଲେ । ଓଡ଼ିଶାର ମୁଖ୍ୟ ଅଗ୍ନିଶମ ଅଧିକାରୀ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ମହେଶ୍ୱର ସ୍ୱାଇଁ ଅନ୍ୟତମ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟର ଉନ୍ନତିକଳ୍ପେ ‘କୋଠଘର’ ସାହିତ୍ୟାନୁଷ୍ଠାନର କାର୍ଯ୍ୟଧାରାକୁ ଉଚ୍ଚପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବରେ ଶିକ୍ଷା ପରାମର୍ଶଦାତା ଜ୍ଞାନଚାନ୍ଦ ଶତପଥୀ ଅନୁଷ୍ଠାନ ପ୍ରତି ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ଭାଷାବିଜ୍ଞାନୀ ଡକ୍ଟର ଦେବାଶିଷ ମହାପାତ୍ରଙ୍କ ସୁଦକ୍ଷ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ କଣ୍ଠଶିଳ୍ପୀ ଅଧ୍ୟାପିକା ହିମାଦ୍ରୀ ତନୟା ମିଶ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲାବେଳେ ସମ୍ପାଦିକା ଅମ୍ବିକା ସ୍ୱାଇଁ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରି ଅନୁଷ୍ଠାନର ଆଭିମୁଖ୍ୟ ଅବତାରଣା କରିଥିଲେ । ବୈଷୟିକ ପରିଚାଳନା କରିଥିଲେ ସମ୍ପାଦନା ମଣ୍ଡଳୀ ସଦସ୍ୟ ଅରୁଣ କୁମାର ମହାନ୍ତି । ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଶିଷ୍ଟ କବି ରକ୍ଷକ ନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବ୍ରହ୍ମାନନ୍ଦ ବିଶ୍ୱାଳ, କିଶୋର ଚନ୍ଦ୍ର ସ୍ୱାଇଁ, ବିରଜା ଦେବୀ, ଡକ୍ଟର ସଂଘମିତ୍ରା ଭଞ୍ଜ, ଭାବଗ୍ରାହୀ ବଳ, ଡକ୍ଟର ରଶ୍ମି ଦାସ, ବାଉରିବନ୍ଧୁ ଲେଙ୍କା, ଡକ୍ଟର ରମେଶ ଚନ୍ଦ୍ର ମହାନ୍ତି, ଆଶୁତୋଷ ପାତ୍ର, ସୌମ୍ୟରଞ୍ଜନ ଦାସ, ମଞ୍ଜୁଲତା ସିଂ, ବସନ୍ତ ମିଶ୍ର, ବୀଣାପାଣି ଚୌଧୁରୀ, ମନିକା ମହାପାତ୍ର, ଗୀତାଞ୍ଜଳି ସ୍ୱାଇଁ, ଦୁଷ୍ମନ୍ତ ଚୌଧୁରୀ, ବୈଜୟନ୍ତୀ ସାହୁ, ଗାୟତ୍ରୀ ତ୍ରିପାଠୀ, ସରୋଜିନୀ ବେହେରା, କମଳିନୀ ଦେବୀ, ଭାରତୀ ପରିଡ଼ା ପ୍ରମୁଖ ପଚାଶରୁ ଊର୍ଦ୍ଧ୍ୱ କବି କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶିଷ ମିଶ୍ର, ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ, ଅଶୋକ ସାମନ୍ତ, ଡକ୍ଟର ଅଞ୍ଜଳି ତ୍ରିପାଠୀ, ମମତା ମହାପାତ୍ର, ଡକ୍ଟର ଶଶିଭୂଷଣ ମହାପାତ୍ର, ମମତା ବାରିକ, ପ୍ରମୋଦ କୁମାର ଦାସ, ଅକ୍ଷୟ କୁମାର ସାହୁ, ଅଲେଖ ଚନ୍ଦ୍ର ରାଉତ, ଆଶୁତୋଷ ମେହେର, ନିବେଦିତା ଭଞ୍ଜ, ପ୍ରଶାନ୍ତ କୁମାର ନାଥ, ବିଜୟିନୀ ପଣ୍ଡା, ଜୟଶ୍ରୀ ପଟ୍ଟନାୟକ, ଚମକ ଚାନ୍ଦିନୀ ଦାଶ, ବିନୟ ଭୂଷଣ ମହାପାତ୍ର, ପୁଷ୍ପାଞ୍ଜଳି ପଣ୍ଡା, ବ୍ରତତୀ ମହାନ୍ତି, ସୁଷମା ପରିଜା, ରାଜଲକ୍ଷ୍ମୀ ତ୍ରିପାଠୀ, ରମେଶ ପଶାଏତ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦୀପ୍ତ କୁମାର ସାହୁ ।

Leave A Reply

Your email address will not be published.

four × one =