କ୍ଷୀରୋଦ ଦାସଙ୍କ ଗଳ୍ପ ସଙ୍କଳନ ‘ଶୂନ୍ୟ ଉପତ୍ୟକା’ ଉନ୍ମୋଚିତ

0 589


ଭୁବନେଶ୍ୱର: ବିଶିଷ୍ଟ ଗାଳ୍ପିକ କ୍ଷୀରୋଦ ଦାସଙ୍କ ଗଳ୍ପ ସଙ୍କଳନ ‘ଶୂନ୍ୟ ଉପତ୍ୟକା’ ଉନ୍ମୋଚିତ ହୋଇଯାଇଛି । ସମ୍ବାଦ ଭବନ ପରିସରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାକୁ ଉନ୍ମୋଚିତ କରି ଓଡ଼ିଆ ଭାଷାର ବିଶିଷ୍ଟ ଲେଖକମାନେ ପରବର୍ତ୍ତୀ ପିଢ଼ିକୁ ସାହିତ୍ୟ ସର୍ଜନା ଦିଗରେ ଉତ୍ସାହିତ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଉତ୍ସବରେ ବିଶିଷ୍ଟ କଥାକାର ଗୌରହରି ଦାସ, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଅରବିନ୍ଦ ରାୟ, କ୍ଷେତ୍ରବାସୀ ନାୟକ, ବସନ୍ତରାଜ ସାହୁ ଓ ବିଦ୍ୟାପୁରୀ ପ୍ରକାଶନର ମୁଖ୍ୟ ଜୀବାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଙ୍କଳନରେ ଲେଖକଙ୍କ ପନ୍ଦରଟି ଗଳ୍ପ ସ୍ଥାନୀତ ହୋଇଛି ।

Leave A Reply

Your email address will not be published.

nine − seven =