ରାମଚନ୍ଦ୍ର ବେହେରାଙ୍କୁ ଅତିବଡୀ ସମ୍ମାନ

0 745

ଭୁବନେଶ୍ୱର; ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ି ସମ୍ମାନ ପ୍ରଦାନ କରାଯାଇଛି। ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଅତିବଡ଼ି ସମ୍ମାନ ସହିତ ୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଚିବ ସୁରେଶ ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସାହିତ୍ୟ ଏକାଡେମୀ ସଭାପତି ହୃଷୀକେଶ ମଲ୍ଲିକ, ଉପସଭାପତି ସଂଗ୍ରାମ ଜେନା ଓ ସଚିବ ପ୍ରବୋଧ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କ ମଧ୍ୟରେ ରାଧା ବିନୋଦ ନାୟକ, ସ୍ବରାଜ ଲକ୍ଷ୍ମୀ ମିଶ୍ର, ଅଶୋକ ପଟ୍ଟନାୟକ, ବାବାଜୀ ପଟ୍ଟନାୟକ, ଦିଗରାଜ ବ୍ରହ୍ମା, ମହେଶ୍ୱର ମୂଲିଆ, ନିର୍ମଳପ୍ରଭା ନାୟକ, ଜୀବନ କୃଷ୍ଣ ମହାପାତ୍ର, କୃପାସିନ୍ଧୁ ନାୟକ, ରାସେଶ୍ୱରୀ ମିଶ୍ର, ରୁଦ୍ର ନାରାୟଣ ପୃଷ୍ଟି, ଗିରିଜା ଶଙ୍କର ଶର୍ମା, ବାଇଧର ସାହୁ, ଦେବେନ୍ଦ୍ର କୁମାର ଦାଶ , ସୈାଭଗିନୀ ମିଶ୍ର ସମ୍ବର୍ଦ୍ଧିତ ହୋଇଛନ୍ତି।

Leave A Reply

Your email address will not be published.

seven + two =