‘ଦି ସ୍ଲିମସ୍‌’ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ

0 499


କଟକ: ‘ଦି ସ୍ଲିମସ୍‌’ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ‘ସ୍ଲିମସ୍‌’ର ମ୍ୟାନେଜିଂ ଟ୍ରଷ୍ଟି ମାଗୁଣି ବେହେରା ଉଦଘାଟନ କରିଥିଲେ । ଶିବିରରେ ମର୍କତ ନଗର ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଶିବିରରେ ସମୁଦାୟ ୩୬ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା । ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ସଂଜୟ ରାଉତ, ସମ୍ପାଦକ ଓମ୍‌ପ୍ରକାଶ ନନ୍ଦ, କୋଷାଧ୍ୟକ୍ଷ ବିବେକ ରଂଜନ ପରମାଣିକ, ସହ ସମ୍ପାଦକ ଶିଶିରକାନ୍ତ ମଲ୍ଲିକ, ଆଇନ ପରାମର୍ଶଦାତା ଅରୁଣ ପରିଡ଼ା, ଉପଦେଷ୍ଟା ପ୍ରେମାନନ୍ଦ ସେଠୀ, ପ୍ରକାଶ ମିଶ୍ର ଓ କୈଳାସ ଚନ୍ଦ୍ର ପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.

20 − 10 =