ଏସିପି ଅରୁଣ ସ୍ବାଇଁଙ୍କୁ ପୁଲିସ ପଦକ

0 1,526

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶର ୯୩୯ ଜଣ ପୋଲିସଙ୍କୁ ଦିଆଯିବ ପଦକ। ଏଥିରୁ ଓଡ଼ିଶାର ୨୨ଜଣ ପାଇବେ ପୋଲିସ ପଦକ। ଉଲ୍ଲେଖନୀୟ ସେବାପାଇଁ ଭୁବନେଶ୍ୱର ୟୁପିଡି ଏସିପି ଅରୁଣ କୁମାର ସ୍ୱାଇଁ ଙ୍କୁ ପୁଲିସ ପଦକ ମିଳିବ। ଭଦ୍ରକ, ରାଉରକେଲା, କଟକ, ଭୁବନେଶ୍ୱରର ବିଭିନ୍ନ ଥାନାରେ କାର୍ଯ୍ୟ କରି ବର୍ତ୍ତମାନ ଭୁବନେଶ୍ୱର ୟୁପିଡି ଏସିପି ଭାବେ ଶ୍ରୀ ସ୍ୱାଇଁ କାର୍ଯ୍ୟରତ ଅଛନ୍ତି।

ସେହିପରି ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଓ କନଷ୍ଟେବଳ ପ୍ରଦୀପ ମହାନ୍ତିଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ରାଜ୍ୟର ୯ ଜଣଙ୍କୁ ମିଳିବ ସାହସିକତା ପୋଲିସ ପଦକ। ଯବାନ ଜୟରାମ କବାସିଙ୍କୁ ମିଳିବ ମରୋଣତ୍ତର ସାହସିକତା ପୋଲିସ ପଦକ । ସେହିପରି ଆଇପିଏସ ରିଷିକେଶ ଦ୍ୟାନଦେଓ, ଓଏପିଏଫର ରାମୁ ଦୁରୁଆ, କନଷ୍ଟେବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ , ଜୀବନ ସାହି ଓ ଔଷଧିନାଥ ବେହେରାଙ୍କୁ ମିଳିବ ପୋଲିସ ସାହସିକତା ପଦକ। ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ୱକର୍ମାଙ୍କୁ ମିଳିବ ପୋଲିସ ପଦକ। ୧୧ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ମିଳିବ ପୋଲିସ ପଦକ। ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଳ, ଭଦ୍ରକ ଡିଏସପି କମଳଲୋଚନ ଭୂୟାଁ, କଟକ ଭିଜିଲାନ୍ସ ଡିଏସପି ସୁଜାତା ଖଣ୍ଡୁଆଳ, କଟକ ସ୍ୱତନ୍ତ୍ର ଶାଖାର ଡିଏସପି ରଘୁନାଥ ପ୍ରସାଦ ନାୟକ, ଭୁବନେଶ୍ୱର ୟୁପିଡି ଏସିପି ଅରୁଣ କୁମାର ସ୍ୱାଇଁ, କଟକ ଭିଜିଲାନ୍ସର ହାବିଲଦାର ଶେଖ୍ ଆତ୍ତାଉଲ୍ଲା, କଟକ ସହାୟକ ଉପ-ପୋଲିସ ନୀରିକ୍ଷକ କୃତିବାସ ପଣ୍ଡା, ସମ୍ବଲପୁର ଉପ ପୋଲିସ ନୀରିକ୍ଷକ ମଧୁସୂଦନ ବେହେରାଙ୍କୁ ମିଳିବ ପୋଲିସ ପଦକ। ଭୁବନେଶ୍ୱର ଏସଓଜି ଉପ-କମାଣ୍ଡାଣ୍ଟ ପବଲ ଦୟାଲ, ଗଞ୍ଜାମ ଛତ୍ରପୁର ଡିଏସପି ଅଜୟ କୁମାର ମିଶ୍ର ଓ ବ୍ରହ୍ମପୁର କନଷ୍ଟେବଳ ମାଇଲି ମୋହନଙ୍କୁ ପ୍ରଶଂସନୀୟ ସେବା ପାଇଁ ପାଇବେ ପୋଲିସ ପଦକ।

Leave A Reply

Your email address will not be published.

12 + 6 =