ପଞ୍ଚାୟତ ପରିକ୍ରମା ବାଲିକୁଦା ଜୋନ୍‌ ନଂ-୪: ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ବିଜେପି ପ୍ରାର୍ଥୀ ଡା. ଶଶାଙ୍କ ସାହାଣୀ

0 834


ଜଗତସିଂହପୁର: ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଚାର ସରଗରମ୍‌ ହୋଇ ଉଠିଛି । କରୋନା କଟକଣା କିଛି ମାତ୍ରାରେ କୋହଳ ହୋଇଥିଲେ ମଧ୍ୟ ସୋସିଆଲ୍‌ ମିଡିଆରେ ପ୍ରଚାର ଜୋର୍‌ ଧରିଛି । ଯୁବପିଢ଼ିଙ୍କ ପ୍ରଥମ ପ୍ରସନ୍ଦ ରହିଛି ସୋସିଆଲ୍‌ ମିଡିଆ । ତେବେ ସୋସିଆଲ୍‌ ମିଡିଆ ଟ୍ରେଣ୍ଡ୍‌ରୁ ଯାହା ଦେଖିବାକୁ ମିଳୁଛି, ଅନେକ ଶିକ୍ଷିତ ଓ ବିଭିନ୍ନ ବୃତ୍ତିରେ ପାରଦର୍ଶିତା ହାସଲ କରିଥିବା ଯୁବକ ଯୁବତୀମାନେ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏବଂ ସୋସିଆଲ୍‌ ମିଡିଆରେ ସେମାନଙ୍କର ପ୍ରଚାରକୁ ଜୋରଦାର୍‌ କରିଛନ୍ତି । ଶିକ୍ଷିତ ଓ ଯୋଗ୍ୟ ପ୍ରାର୍ଥୀ ଯୁବପିଢ଼ିଙ୍କର ପ୍ରଥମ ପ୍ରସନ୍ଦ ରହିଛନ୍ତି। ସେହି ଅନୁସାରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ୪ ନଂ ଜୋନ୍‌ର ବିଜେପି ପ୍ରାର୍ଥୀ ଡା. ଶଶାଙ୍କ ସାହାଣୀ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ରହିଛନ୍ତି ।
ଉପକୂଳ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ୪ ନଂ ଜୋନ୍‌ରୁ ଏଥିର ବିଜେପି ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଡା. ଶଶାଙ୍କ ସାହାଣୀ । ବୃତ୍ତିରେ ସେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ବାଲିକୁଦାର ୪ ନଂ ଜୋନ୍‌ ଭଳି ଏକ ପଛୁଆ ଅଞ୍ଚଳର ବିକାଶ ପାଇଁ ସେ ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ନିଜ ଗ୍ରାମରେ ନିଜର ଦିବଂଗତ ମାତା ପ୍ରଫୁଲ୍ଲବତୀଙ୍କ ନାମାନୁସାରେ ଏକ ଦାତବ୍ୟ ଚିକିତ୍ସାଳୟ ଖୋଲିବା ସହ ଜନସେବାରେ ନିରନ୍ତର ଜଡ଼ିତ ହୋଇ ଆସିଛନ୍ତି । ୪ ନଂ ଜୋନ୍‌ରେ ନହରଣା, ବରମୁଣ୍ଡଳୀ, ମରିଚପୁର, ଅନନ୍ତପୁର, କୁସୁପୁର, ଅପଣ୍ଡରା, ଓଷକଣା ଓ ଖାଲଗାଁ ଭଳି ୮ଟି ପଞ୍ଚାୟତ ରହିଛି । ନହରଣା ହେଉଛି ବିଜେପି ପ୍ରାର୍ଥୀ ଡା. ସାହାଣୀଙ୍କ ନିଜ ପଞ୍ଚାୟତ । ଏହି ପଞ୍ଚାୟତରୁ ଡା. ସାହାଣୀ ବିପୁଳ ମାତ୍ରାରେ ଜନ ସମର୍ଥନ ହାସଲ କରୁଥିବା ଦେଖାଯାଉଛି । କେବଳ ଏହି ପଞ୍ଚୟତ ନୁହେଁ ଜୋନ୍‌ର ସମସ୍ତ ୮ଟି ଯାକ ପଞ୍ଚାୟତରେ ଡା. ସାହାଣୀଙ୍କ ଲୋକପ୍ରିୟତା ବଢ଼ୁଥିବା ଦେଖାଯାଉଛି ।
ଦାତବ୍ୟ ଚିକିତ୍ସାଳୟ ସହ ତଳମାଳ ବିକାଶ ମଞ୍ଚ ଗଠନ କରି ଶ୍ରୀ ସାହାଣୀ ଅଞ୍ଚଳର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ନହରଣା-ମରିଚପୁର ଅଞ୍ଚଳଟି ଉପକୂଳ ଜାତୀୟ ରାଜପଥ ମାନଚିତ୍ରରୁ ବାଦ ପଡ଼ିବା ନେଇ ସେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ପ୍ରସଙ୍ଗ ବାଲିକୁଦା ୪ ନଂ ଜୋନ୍‌ ପାଇଁ ଏକ ସ୍ପର୍ଶକାତର ପ୍ରସଙ୍ଗ । ଏହା ଉପରେ ବିଜେଡି ସର୍ବଦା ଚୁପ୍‌ ରହି ଆସିଛି । ଏହି ଜୋନ୍‌ର ଯୁବ ଭୋଟର୍‌ ମଧ୍ୟ ଏହି ପ୍ରସଙ୍ଗ ପାଇଁ ବେଶ୍‌ ଚିନ୍ତିତ ଥିବା ସୋସିଆଲ୍‌ ମିଡିଆରୁ ଜଣାପଡୁଛି । ଡା. ସାହାଣୀ ନିଜର ବ୍ୟକ୍ତିତ୍ୱ, ଜନସେବା ଓ ବିଜେପିର ଆଦର୍ଶ ସହିତ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ୪ ନଂ ଜୋନ୍‌ର ଅଞ୍ଚଳବାସୀଙ୍କ ନିକଟତର ହୋଇଉଠୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡିର ଭୋଟ ଅଧିକା ଥିଲା ବେଳେ ଚଳିତ ଥର ବିଭିନ୍ନ କାରଣରୁ ଏହା ବିଜେପି ପଟକୁ ଢ଼ଳିପାରେ ବୋଲି ଗାଁ ଗହଳିରେ ଚର୍ଚ୍ଚା ହେଉଛି । ବିଭିନ୍ନ ଦଳର ପାରମ୍ପରିକ ଭୋଟର୍‌ ଥିଲାବେଳେ ବିଶେଷ କରି ଚଳିତ ନିର୍ବାଚନରେ ଯୁବ ଭୋଟର ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି ।

Leave A Reply

Your email address will not be published.

1 × one =