ବାଲିକୁଦା ଜୋନ୍‌ ନଂ-୪: ଲୋକପ୍ରିୟତା ଶୀର୍ଷରେ ବିଜେପି ପ୍ରାର୍ଥୀ ଡା. ଶଶାଙ୍କ ସାହାଣୀ

0 491

ଆଜି ସରିବ ପ୍ରଚାର


ଜଗତସିଂହପୁର: ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବାକୁ ଯାଉଛି । କରୋନା କଟକଣା କିଛି ମାତ୍ରାରେ କୋହଳ ହୋଇଥିଲା ବେଳେ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀମାନେ ନିଜର ପ୍ରଚାରକୁ ଜୋରଦାର୍‌ କରିଛନ୍ତି । ସୋସିଆଲ୍‌ ମିଡିଆରେ ମଧ୍ୟ ପ୍ରଚାର ଜୋର୍‌ ଧରିଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ୪ ନଂ ଜୋନ୍‌ର ବିଜେପି ପ୍ରାର୍ଥୀ ଡା. ଶଶାଙ୍କ ସାହାଣୀ ରାଜନୀତିର ମଇଦାନରେ ନୂଆ ହୋଇଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛନ୍ତି ।
ଉପକୂଳ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ୪ ନଂ ଜୋନ୍‌ରୁ ଏଥିର ବିଜେପି ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଡା. ଶଶାଙ୍କ ସାହାଣୀ । ବୃତ୍ତିରେ ସେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ବାଲିକୁଦାର ୪ ନଂ ଜୋନ୍‌ ଭଳି ଏକ ପଛୁଆ ଅଞ୍ଚଳର ବିକାଶ ପାଇଁ ସେ ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ୪ ନଂ ଜୋନ୍‌ରେ ନହରଣା, ବରମୁଣ୍ଡଳୀ, ମରିଚପୁର, ଅନନ୍ତପୁର, କୁସୁପୁର, ଅପଣ୍ଡରା, ଓଷକଣା ଓ ଖାଲଗାଁ ଭଳି ୮ଟି ପଞ୍ଚାୟତ ରହିଛି । ନହରଣା ହେଉଛି ବିଜେପି ପ୍ରାର୍ଥୀ ଡା. ସାହାଣୀଙ୍କ ନିଜ ପଞ୍ଚାୟତ । ଏହି ପଞ୍ଚାୟତରୁ ଡା. ସାହାଣୀ ବିପୁଳ ମାତ୍ରାରେ ଜନ ସମର୍ଥନ ହାସଲ କରୁଥିବା ଦେଖାଯାଉଛି । କେବଳ ଏହି ପଞ୍ଚୟତ ନୁହେଁ ଜୋନ୍‌ର ସମସ୍ତ ୮ଟି ଯାକ ପଞ୍ଚାୟତରେ ଡା. ସାହାଣୀଙ୍କ ଲୋକପ୍ରିୟତା ବଢ଼ୁଥିବା ଦେଖାଯାଉଛି । ଅପଣ୍ଡରା ପଞ୍ଚାୟତର ନଲରା, ନୂଆଗାଁ, ପୋଦନା, ଓଳାଶ ଓ ଚାରିଆକଣରେ ଡା. ସାହାଣୀଙ୍କ ପ୍ରତି ଜନ ସମର୍ଥନ ବଢ଼ୁଥିବା ଦେଖିବାକୁ ମିଳୁଛି । ସେହିପରି ଓଷକଣା, କୁସୁପୁରର ନେନ୍ଧେରା, ବନ୍ଦର, ବରମୁଣ୍ଡଳୀର ବାଲିପାଟଣା, ବରଦିଆ, ମରିଚପୁର ଓ ଅନନ୍ତପୁରର ବିଭିନ୍ନ ଗାଁରେ ବିଜେପି ପ୍ରାର୍ଥୀ ଡା. ସାହାଣୀଙ୍କ ବ୍ୟକ୍ତିତ୍ୱ ପ୍ରତି ଲୋକେ ଆକୃଷ୍ଟ ହେଉଥିବା ଦେଖାଯାଉଛି ।
ନିଜ ଗ୍ରାମରେ ନିଜର ଦିବଂଗତ ମାତା ପ୍ରଫୁଲ୍ଲବତୀଙ୍କ ନାମାନୁସାରେ ଏକ ଦାତବ୍ୟ ଚିକିତ୍ସାଳୟ ଖୋଲିବା ସହ ଜନସେବାରେ ନିରନ୍ତର ଜଡ଼ିତ ହୋଇ ଆସିଛନ୍ତି । ଦାତବ୍ୟ ଚିକିତ୍ସାଳୟ ସହ ତଳମାଳ ବିକାଶ ମଞ୍ଚ ଗଠନ କରି ଶ୍ରୀ ସାହାଣୀ ଅଞ୍ଚଳର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଡା. ସାହାଣୀ ନିଜର ବ୍ୟକ୍ତିତ୍ୱ, ଜନସେବା ଓ ବିଜେପିର ଆଦର୍ଶ ସହିତ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ୪ ନଂ ଜୋନ୍‌ର ଅଞ୍ଚଳବାସୀଙ୍କ ନିକଟତର ହୋଇଉଠୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡିର ଭୋଟ ଅଧିକା ଥିଲା ବେଳେ ଚଳିତ ଥର ବିଭିନ୍ନ କାରଣରୁ ଏହା ବିଜେପି ପଟକୁ ଢ଼ଳିପାରେ ବୋଲି ଗାଁ ଗହଳିରେ ଚର୍ଚ୍ଚା ହେଉଛି । ବିଭିନ୍ନ ଦଳର ପାରମ୍ପରିକ ଭୋଟର୍‌ ଥିଲାବେଳେ ବିଶେଷ କରି ଚଳିତ ନିର୍ବାଚନରେ ଯୁବ ଭୋଟର ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି ।


ଟର୍ଣ୍ଣିଂ ପଏଣ୍ଟ୍‌ ହେବ ଉପକୂଳ ରାଜପଥ ପ୍ରସଙ୍ଗ:

ନହରଣା-ମରିଚପୁର ଅଞ୍ଚଳଟି ଉପକୂଳ ଜାତୀୟ ରାଜପଥ ମାନଚିତ୍ରରୁ ବାଦ ପଡ଼ିବା ନେଇ ବିଜେପି ପ୍ରାର୍ଥୀ ଡା. ସାହାଣୀ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ପ୍ରସଙ୍ଗ ବାଲିକୁଦା ୪ ନଂ ଜୋନ୍‌ ପାଇଁ ଏକ ସ୍ପର୍ଶକାତର ପ୍ରସଙ୍ଗ । ଏହା ଉପରେ ବିଜେଡି ସର୍ବଦା ଚୁପ୍‌ ରହି ଆସିଛି । ଏହି ଜୋନ୍‌ର ଯୁବ ଭୋଟର୍‌ ମଧ୍ୟ ଏହି ପ୍ରସଙ୍ଗ ପାଇଁ ବେଶ୍‌ ଚିନ୍ତିତ ଥିବା ସୋସିଆଲ୍‌ ମିଡିଆରୁ ଜଣାପଡୁଛି । ଉପକୂଳ ରାଜପଥ ମାନଚିତ୍ରରୁ ତଳମାଳ ବାଦ୍‌ ପଡ଼ିବା ନେଇ ସାରାଞ୍ଚଅଞ୍ଚଳବାସୀଙ୍କ ମନରେ କ୍ଷୋଭ ରହିଛି । ବିଜେଡି ପାଇଁ ଏହା ବୁମେରାଂ ସାଜିପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

eighteen − eleven =