ଭାଲେଟାଂଇନ୍ ଡେ : ପ୍ରେମ ଶ୍ୱାଶତ, ପ୍ରେମ ଚିରନ୍ତନ

0 591

ଭୁବନେଶ୍ୱର: ଜୀବନରେ ଥରେ ପ୍ରେମରେ ପଡ଼ିବା ଜରୁରୀ, ପ୍ରେମ ଜୀବନକୁ ଗଢ଼ିଦିଏ ନୂଆ କରି…. ପ୍ରେମ ଶ୍ୱାଶତ, ପ୍ରେମ ଚିରନ୍ତନ, ପ୍ରେମ ଅମର । ପ୍ରେମ ପ୍ରେମିକର ଭାବନା… ପ୍ରେମିକାର ଆନମନା… ପ୍ରେମ ଆଖିରେ ହୁଏ, ଛାତିରେ ହୁଏ… ପ୍ରେମ ବି ହୋଇଯାଏ ପ୍ରଥମ ଛୁଆଁରେ… କିଏ କୁହେ ପ୍ରେମ ଅଢେଇ ଅକ୍ଷର ତ … ଆଉ କିଏ କୁହେ ପ୍ରେମ ପାଇଁ ଶବ୍ଦ ନାହିଁ.. ଦୁଇ ପ୍ରେମ ପକ୍ଷୀଙ୍କ ରାଗ, ରୁଷା, ଅଭିମାନ, ଆକର୍ଷଣର ଫେଣ୍ଟାଫେଣ୍ଟି ରୂପର ନାଁ ପ୍ରେମ । ତେଣୁ ତ ପ୍ରେମ ସୀମାହୀନ ସାଗର, ଆକାଶଠୁ ବିଶାଳ…

ପ୍ରେମୀ ଯୁଗଳମାନେ ନିଜ ପ୍ରେମକୁ ପରିପ୍ରକାଶ କରିବାକୁ ପାଳିଥାନ୍ତି ଭାଲେଟାଂଇନ୍ ୱିକ୍ । ଯାହାର ଆଜି ହେଉଛି ଶେଷ ଦିନ… ଆଜି ଭାଲେଟାଂଇନ୍ ଡେ । ରୋଜ ଡେ’ରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହ ପ୍ରପୋଜ ଡେ, ଚକଲେଟ୍ ଡେ, ପ୍ରମିଜ ଡେ ଏବଂ କିସ୍ ଡେ’ ରାସ୍ତା ଡେଇଁ ଭାଲେଟାଂଇନ୍ ଡେ’ରେ ପହଞ୍ଚେ । ଯାହାକୁ ପ୍ରତିଟି ପ୍ରେମୀ ଯୁଗଳ ବେଶ ଉତ୍ସାହର ସହ ମନେଇଥାନ୍ତି ।

Leave A Reply

Your email address will not be published.

nineteen − eleven =