‘କାଚ୍ଚା ବାଦାମ’ ଗାୟକ ଭୁବନ ବାଦ୍ୟକରଙ୍କ ଫିଟିଲା ଭାଗ୍ୟ: ମିଳିଲା ୩ ଲକ୍ଷ ଟଙ୍କାର ପୁରସ୍କାର

0 566

କୋଲକାତା : ‘‘ବାଦାମ ବାଦାମ ଦାଦା କାଚ୍ଚା ବାଦାମ, ଆମାର କାଛେ ନାଇତୋ ବୁବୁ ବାଜା ବାଦାମ। ଆମାର କାଛେ ପାବେ ସୁଧୁ ବାଜା ବାଦାମ” ଗୀତ ଗାଇ ରାତାରାତି ଲୋକପ୍ରିୟ ହୋଇଥିବା ଭୁବନ ବାଦ୍ୟକରଙ୍କ ଫିଟିଲା ଭାଗ୍ୟ। ଏହି ଗୀତ ଗାଇ ରାତାରାତି ଷ୍ଟାର ପାଲଟିଛନ୍ତି ଭୁବନ ବାଦ୍ୟକର । ତେବେ ଏବେ ଆଉ ଭୁବନ ଆଉ ବାଦାମ ବିକିବେନି । ସର୍ବଶେଷରେ, ଯାହାକୁ ନେଇ ସେ ଅଭିଯୋଗ କରୁଥିଲେ ତାହା ଦୂର ହୋଇଛି । ଗୁରୁବାର ଇଲାମବଜାରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନ ବାଦ୍ୟକର ଏହି ଘୋଷଣା କରିଛନ୍ତି ।
ଭୁବନ ବାଦ୍ୟକରଙ୍କୁ ଏକ ମ୍ୟୁଜିକ୍ କମ୍ପାନୀ ତାଙ୍କ ଭାଇରାଲ ଗୀତ ପାଇଁ 3 ଲକ୍ଷ ଟଙ୍କା ଦେଇଛନ୍ତି। ଏତଦ୍‌ବ୍ୟତୀତ ପଶ୍ଚିମବଙ୍ଗର ପୋଲିସ ମଧ୍ୟ ଭୁବନକୁ ସମ୍ମାନିତ କରିଛି। କେବଳ ଏତିକି ନୁହେଁ ଦିଲ୍ଲୀ, ମୁମ୍ବାଇ ଏବଂ ବାଂଲାଦେଶରୁ ଭୁବନ ବାଦାଇକରଙ୍କୁ ଅନେକ ଅଫର ମିଳୁଛି। ଏନେଇ ଭୁବନ କହିଛନ୍ତି, ସେ ଏବେ ସେଲିବ୍ରିଟି ହୋଇଯାଇଛି । ଯଦି ମୁଁ ସେଲିବ୍ରିଟି ହୋଇ ସେ ବାଦାମ ବିକିବାକୁ ଚେଷ୍ଟା କରିବି, ତେବେ ସମସ୍ତେ ତାଙ୍କୁ ଘେରିଯିବେ । ଫଳରେ ସେ ବାଦାମ ବିକ୍ରି କରିପାରିବେ ନାହିଁ । ଏବେ ସେ ଗୀତ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚିଯାଇଛନ୍ତି । ଭବିଷ୍ୟତରେ ଆଉ ତାଙ୍କୁ ବାଦାମ ବିକ୍ରି କରିବାକୁ ପଡ଼ିବ ନାହିଁ ବୋଲି ସେ ଆଶାପ୍ରକଟ କରିଛନ୍ତି । ଏହା ସହ ଲୋକ ସଙ୍ଗୀତକୁ ପ୍ରଚାର ପ୍ରସାର କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.

one × two =