ପୁସ୍ତକ ସମୀକ୍ଷା : ଅବ୍ୟକ୍ତ ଅନୁଭବ

0 544

ସମୀକ୍ଷକ : ରଶ୍ମି ସାମଲ

“ଶାନ୍ତିସେନା “ପବ୍ଲିକେଶନ ରଜତ ରଶ୍ମି ସ୍ଵାଇଁ ଙ୍କ ଦ୍ଵାରା ପ୍ରକାଶିତ ଶ୍ରୀମତୀ ଜୟନ୍ତୀ ନନ୍ଦ ଙ୍କ ପ୍ରଥମ କବିତା ସଙ୍କଳନ “ଅବ୍ୟକ୍ତ ଅନୁଭବ “ପଢ଼ିବାର ସୁଯୋଗ ମିଳିଲା।ସଂକଳନ ଟିରେ ସ୍ଥାନ ପାଇଥିବା କବିତା ଗୁଡିକ ମୁଖ୍ୟତଃ ଆଧ୍ୟାତ୍ମିକତା ଉପରେ ପର୍ଯ୍ୟବେସିତ।କବିତା ଗୁଡିକର ଭାଷା ଅତ୍ୟନ୍ତ ଆକର୍ଷଣୀୟ।ସଂକଳନ ର ପ୍ରତ୍ୟେକ କବିତାରେ କବୀ ଙ୍କର ଭକ୍ତିଭାବ ଫୁଟି ଉଠିଛି।ଜଗତର ନାଥ ଜଗନ୍ନାଥଙ୍କ ମହିମା କେବଳ ଅନୁଭଵ ସିନା କରିହୁଏ ତାକୁ ପ୍ରକାଶ କରିବା ଏକ ସାଧାରଣ ମଣିଷ ପକ୍ଷେ କଷ୍ଟକର ବୋଧ ହୁଏ।ସେଥି ପାଇଁ କବୀ ଏହି ସଂକଳନ ଟିର ନାମ ରଖିଛନ୍ତି “ଅବ୍ୟକ୍ତ ଅନୁଭବ”।କବୀ ଜୟନ୍ତୀ ନନ୍ଦ ଙ୍କର ପ୍ରତ୍ୟେକ କବିତାରେ ତାଙ୍କର ନିଜସ୍ୱ ଉପଲବ୍ଧି ପ୍ରକାଶିତ ହେବାର ଦେଖାଯାଏ।ଈଶ୍ୱରୀୟସତ୍ତାକୁ ଏଠାରେ ପ୍ରକାଶ ପାଇଥିବା ୭୧ଟି ଯାକ କବିତା ଏପରି ବର୍ଣ୍ଣିତ ହୋଇଛି ଯାହା ପଢିଲେ ଯେତିକି ମନ ଖୁସି ହୁଏ,ସେହି ପରମ ବ୍ରହ୍ମ ସାନିଧ୍ୟ ଲାଭ କରିବାକୁ ମନ ସେତିକି ବ୍ୟାକୁଳିତ ହୁଏ।କେତେକ କବିତାରେ ଈଶ୍ୱରଙ୍କ ପ୍ରତି ବିନମ୍ର ନିବେଦନ ତ କେତେକ ରେ ସମ୍ପୂର୍ଣ ସମର୍ପଣ ଭାବ।ବର୍ତ୍ତମାନର ବସ୍ତୁବାଦୀ ସମାଜର ବିପଥଗାମୀ ମଣିଷ ସମାଜକୁ ଏହି କବିତା ସଙ୍କଳନ ଟି ଉଚିତ ପଥ ଦେଖାଇବ ବୋଲି ଅନୁଭବ ହୁଏ।କବୀ ତାଙ୍କ କବିତା “ମୁଁ ଦାଣ୍ଡର ଭିକାରୀ”ରେ ନିଜକୁ ସମ୍ପୂର୍ଣ ସମର୍ପଣ କରି ଲେଖିଛନ୍ତି,
ମୁଁ ତୋ ଦାଣ୍ଡର ଭିକାରୀ
ତୋ ବଡ ଦାଣ୍ଡରେ ବସିଛି କାଳିଆ
ତୋ ନାମରେ ଥାଳ ଧରି,
ତୋ ଭକତ ମେଳରେ ତୋ ନାମ ସୁମରି
ଥାଳ ମୋର ଯାଏ ପୁରି।
ମୁ ତା ଦାଣ୍ଡର ଭିକାରୀ,,,,,

ସେହି ପରି ଘୋଷ ଯାତ୍ରାରେ ଘୋଷ ଯାତ୍ରାର ମାହାତ୍ମ୍ୟ ବର୍ଣନା କରିବା ସହିତ ଭକ୍ତର ଭାବକୁ ପ୍ରକାଶ କରିବାକୁ ଯାଇ କବୀ ଲେଖିଛନ୍ତି,

ସିଂହଦ୍ଵାର ପାଶେ ତିନି ରଥ ଏକ ଲାଗେକି ସରଗ ପୁର
ତୁମ ଚକାଆଖି ,ଭକ୍ତର ଆଖି ହେଲାନାହିଁ ଏକାକାର।

କବୀଙ୍କର ପରଂବ୍ରହ୍ମ ଙ୍କ ପ୍ରତି ପ୍ରଥନାୟ ଆତ୍ମଉତ୍ସର୍ଗ କୁ ସେ ଖୁଵ ସୁନ୍ଦର ଭାବେ ପ୍ରକାଶ କରିଛନ୍ତି ,

“ମିନତି ଘେନ ଜଗତ ଠାକୁର”କବିତାରେ,
ଚାଲୁଥିବି ଝୁଂଟୁଥିବି ଜ୍ଞାନ ଅଜ୍ଞାନରେ
ଜ୍ଞାନ ଦାତା ତୁ ତ ପ୍ରଭୁ ଉଠେଇବୁ କରେ
ଜାଣିନାହିଁ ଜପତପ ତୋ ବେଦର ମନ୍ତର
ଜାଣେ ଖାଲି ଭାବ ଟିକେ ମି ଭାବର ଠାକୁର।

କବୀ ଙ୍କର ଆଉ ଏକ ସୁନ୍ଦର କବିତା,
କର୍ମଫଳ ଭଗବାନ
ଯେଉଁଥିରେ କି କବି ଦର୍ଶାଇବାକୁ ଚାହିଁଛନ୍ତି କର୍ମର ଫଳ ସଦା ରହିଛି।ସୁ କର୍ମ କରିବା ଉଚିତ ।ସେଥି ପାଇଁ ଲେଖିଛନ୍ତି ,
ତୋର କର୍ମ ତୁରେ ଭୁଞ୍ଜିବୁ
କେ,କରିପାରିବେନି ଆନ
ସୁ କର୍ମରେ ତୋର ମହାନତା
କୁ କର୍ମରେ ତୋର ପତନ
ତୋ କର୍ମଫଳ ବଲବାନ।
କବୀ ଙ୍କର ବିଶ୍ୱ ନିୟନତାଙ୍କ ଶ୍ରଦ୍ଧା ପ୍ରତି ପରିପ୍ରକାଶ ଘଟିଛି ଶ୍ରଦ୍ଧାରେ ,
ସେଥିରେ ସେ ପ୍ରକାଶ କରିଛନ୍ତି ଯେ ବିନା ଶ୍ରଦ୍ଧାରେ କୌଣସି ସଫଳତା ମିଳେ ନାହିଁ।ଯେମିତିକି,
ଶ୍ରଦ୍ଧା ବଳେ ତୋର ସତ୍ୟ ,-ଶାନ୍ତିର ପ୍ରେରଣା
ଜୀବନ ହେବ ସାର୍ଥକ
ଶ୍ରଦ୍ଧା ଯଦି ନାହିଁ ତ ପାଖେ ଜୀବନ
ତୋ ପରାଜୟ ହେବା ଦୃଢ।

କବୀଙ୍କର ପ୍ରଥମ ସଂକଳନ ହେଲେ ବି ଅତି ସୁନ୍ଦର କରି ଗଢି ତୋଳିବାରେ କବିଙ୍କ ଉଦ୍ୟମ ଅତି ପ୍ରଶଂସନୀୟ।ଏହି ସାରସ୍ୱତ ସମ୍ଭାର ଟି ପ୍ରଥମ ସନ୍ତାନ ପରି ଅତି ପ୍ରିୟ ଅନୁପମ।ଏହା ସହିତ ପ୍ରଛଦଟି ଅତି ସୁନ୍ଦର ହୋଇଛି।ନିଶ୍ଚିତ ପାଠକୀୟ ଆଦୃତି ସାଉଁଟି ପାରିବ ଏଥିରେ ସନ୍ଧେହ ନାହିଁ। ତାଙ୍କର ସାରସତ୍ବ ଉତ୍ତରତା କାମନା କରୁଛି,ସ୍ରଷ୍ଟା ଙ୍କୁ ଆନ୍ତରିକ ସମ୍ମାନ ଜଣାଉଛି।

ରଶ୍ମି ସାମଲ

Leave A Reply

Your email address will not be published.

thirteen − 7 =