ଲକ୍ଷ୍ମୀପ୍ରିୟା ଓଝାଙ୍କର ପ୍ରଥମ କବିତା ସଙ୍କଳନ ‘ପଛରୁ ଡାକନି ମୋତେ’ ଉନ୍ମୋଚିତ

0 223

ଭୁବନେଶ୍ୱର : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା, ଗୁଜରାଟ ଆନୁକୂଲ୍ୟରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କବୀ ଲକ୍ଷ୍ମୀପ୍ରିୟା ଓଝାଙ୍କର ପ୍ରଥମ କବିତା ସଙ୍କଳନ “ପଛରୁ ଡାକନି ମୋତେ ” ଉନ୍ମୋଚିତ ହୋଇଯାଇଛି

ଏହି ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରାଜ୍ୟ ବାହାରେ ରହି ମାତୃଭୁମିର ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବା ଦିଗରେ ପ୍ରବାସୀ ଓଡ଼ିଆଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୁଜୁରାଟରେ ରହୁଥିବା ସମସ୍ତ ଓଡ଼ିଆ ପରିବାର ଯୋଗ ଦେଇଥିଲେ ।

ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା, ଗୁଜରାଟରେ ଓଡ଼ିଆମାନଙ୍କ ଦ୍ବାରା ଉତ୍କଳ ଦିବସ ପାଳନ ଅବସରରେ ବରୋଦା,VMSS ଚେୟାରମେନ ହିତେନ୍ଦ୍ର ଭାଇ ପଟେଲ, ଟ୍ରଷ୍ଟର ପ୍ରେସିଡେଣ୍ଟ, ଭାଇସ୍ ପ୍ରେସିଡେଣ୍ଟ, ସେକ୍ରେଟାରୀ, ଜଏଣ୍ଟ ସେକ୍ରେଟାରୀ ଆଦିଙ୍କ ହାତରେ ପ୍ରଥମ କବିତା ପୁସ୍ତକ “ପଛରୁ ଡାକନି ମୋତେ ” ଉନ୍ମୋଚିତ ହେଲା । ଏହି ଭବ୍ୟ ସମାରୋହରେ ବରୋଦା, ଗୁଜରାଟର ରାଜକୁମାରୀଙ୍କ ସହ ଟ୍ରଷ୍ଟର ମେମ୍ବର୍ସ, ସମାଜର ଖ୍ୟାତି ସଂପନ୍ନ ଡକ୍ଟର, ଇଞ୍ଜିନିୟର୍ସ , ଉଦ୍ୟୋଗପତି, ଶିକ୍ଷାବିତ ଆଦି ୫୦୦ରୁ ଉର୍ଦ୍ଧ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ଅବସରରେ କବୀ ଶ୍ରୀମତୀ ଓଝା କହିଛନ୍ତି, କବିତା ବହିର ପ୍ରାୟ ଅଧିକାଂଶ କବିତା ବିଭିନ୍ନ ଖବର କାଗଜ ଓ ପତ୍ରିକାରେ ପ୍ରକାଶିତ ହେଇ ଉଚ୍ଚ ପ୍ରଶଂସିତ ହୋଇସାରିଛି । ମୁଁ ଉତ୍କଳିକା ଓଡିଶା ସେବା ଟ୍ରଷ୍ଟ, ବରୋଦା, ପ୍ରକାଶକ ରଜତ ରଶ୍ମି ସ୍ବାଇଁ , ମୋ କବିତାମାନଙ୍କୁ ପ୍ରକାଶିତ କରି ମୋର ଆତ୍ମବିଶ୍ବାସ ବର୍ଦ୍ଧନ କରିଥିବା ସମସ୍ତ ସମ୍ପାଦକ, ମୋତେ ପଢ଼ି ମୋର ଉତ୍ସାହ ବର୍ଦ୍ଧନ କରିଥିବା ପ୍ରିୟ ପାଠକମାନଙ୍କୁ ଧନ୍ୟବାଦ୍ ଅର୍ପଣ କରୁଛି ।

Leave A Reply

Your email address will not be published.

two × four =