ବଡ଼ସାହି ତହସିଲଦାର ମମତାଜ ମହାରଣା ନିଲମ୍ବିତ

0 212

ଭୁବନେଶ୍ୱର: ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କୁ ନିଲମ୍ବନ କରାଯାଇଛି।

କାର୍ଯ୍ୟାଳୟକୁ ଆସୁ ନଥିବା ବେଳେ ନିଖୋଜ ରହିଛନ୍ତି। ନିଲମ୍ବନ ନୋଟିସରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଯୋଗ ଦେବା ପାଇଁ କୁହାଯାଇଛି। ଏହା ସହିତ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ବାହାରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପ୍ରିଲ ମାସରେ ବଡ଼ସାହି ତହସିଲ ଅଧୀନରେ ଥିବା ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲି ଘାଟରେ ବ୍ୟାପକ ବାଲି ଚୋରା କାରବାର ନେଇ ଏନଜିଟି ତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ। ଏହି ବାଲି ଚୋରା କାରବାରରେ ବଡ଼ସାହି ତହସିଲଦାର ମମତାଜ ମହାରଣା ସମ୍ପୃକ୍ତ ଥିବା ନେଇ ରିପୋର୍ଟରେ ଉଲ୍ଲେଖ କରିଥିଲେ ଏନଜିଟି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ମମତାଜ ମହାରଣାଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା।

Leave A Reply

Your email address will not be published.

sixteen − 2 =