ପୁସ୍ତକ ସମୀକ୍ଷା: ଛୋଟ ସିନା ବୁଦ୍ଧି ତା’ ମହାନ

0 319

ସମୀକ୍ଷକ : ରଶ୍ମି ସାମଲ

ଲୋକପ୍ରିୟ ପ୍ରକାଶକ ରଜତ ରଶ୍ମି ସ୍ବାଇଁଙ୍କ ପ୍ରକାଶନୀ ସଂସ୍ଥା ଶାନ୍ତିସେନା ଦ୍ୱାରା ପ୍ରକାଶିତ ଅଧ୍ୟାପକ ଶରତ କୁମାର ଦାସ ଙ୍କ ରଚିତ ଶିଶୁଗଳ୍ପ ସଂକଳନ “ଛୋଟ ସିନା ବୁଦ୍ଧି ତା ମହାନ ” ସମ୍ପୂର୍ଣ ପାଠକଲି। ସେ କେବଳ ଜଣେ ଶିଶୁ ସାହିତ୍ୟିକ ନୁହଁନ୍ତି।ଏକାଧାରରେ ସେ ଜଣେ ଆଗ ଧାଡ଼ିର କବି ଲେଖକ ଓ ପ୍ରାବନ୍ଧିକ ଓ ଭାବେ ସୁନାମ ଅର୍ଜନ କରିଛନ୍ତି ଆଉ ମଧ୍ୟ ଓଡିଆ ସାହିତ୍ୟ ଶିଶୁ ଗଳ୍ପ ଜଗତର ଅଧ୍ୟାପକ ଶରତ ଦାସ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ।ସ୍ୱତନ୍ତ୍ର ତାଙ୍କର କଥା ଓ କଥନ।ଚିରାଚରିତ ଶୈଳୀର ଢେର ଉର୍ଦ୍ଧରେ ।ସାହିତ୍ୟ କୃତି ପାଈଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି।ଲେଖକଙ୍କର ଯାତ୍ରା ଖୁବ ଚମକ ପ୍ରଦ।ତାଙ୍କର ଏହି ସୃଷ୍ଟିରେ ଛୋଟ ପିଲା ମାନଙ୍କ ମନସ୍ତତ୍ତ୍ୱକୁ ବୁଝି ସେମାନେ ହୃଦୟଙ୍ଗମ କଲା ଭଳି ସରଳ ଓ ସାବଲୀଳ ଭାଷାରେ ପ୍ରତ୍ୟକ ଗଳ୍ପ ଗୁଡିକୁ ଉପସ୍ଥାପନ କରିଛନ୍ତି।ନୀତିଶିକ୍ଷା ମଧ୍ୟ ସେଥିରେ ଭରି ରହିଛି।ଯାହାକି ଅତ୍ୟନ୍ତ ଶିକ୍ଷଣୀୟ।ତାଙ୍କର ପ୍ରତ୍ୟକ ଗଳ୍ପ ମଧ୍ୟରେ ଛୋଟ ପିଲା ମାନଙ୍କୁ ଛୁଇଁଲା ଭଳି ବାର୍ତା ମାନ ଦର୍ଶାଇଛନ୍ତି।ପ୍ରାଞ୍ଜଳ ଓ ସୁନ୍ଦର ଭାବରେ ଲେଖା ମାନ ଲେଖି ଛୋଟ ପିଲା ମାନଙ୍କୁ ଉଚିତ ମାର୍ଗ ଦର୍ଶନ କରିବା ସହିତ ସେମାନଙ୍କ ଚରିତ୍ର ଗଠନ ଦିଗରେ ଯେଉଁ ପ୍ରଚେଷ୍ଠା ଜାରି ରଖିଛନ୍ତି।ତାହା ହିଁ ବାସ୍ତବିକ ପ୍ରଶଂସାର ପାତ୍ର।ପ୍ରତ୍ୟେକ ଶିଶୁ ଭବିଷ୍ୟତର ନାଗରିକ ।ଏହି ଭବିଷ୍ୟତର ନାଗରିକ ମାନେ କିଭଳି ଉତ୍ତମ ଚରିତ୍ରବାନ ବ୍ୟକ୍ତି ଭାବେ ଉଭା ହେବେ ତାହା ହିଁ ତାଙ୍କର ଉଦ୍ୟମ ।”ଛୋଟ ସିନା ବୁଦ୍ଧି ତା ମହାନ।”ପୁସ୍ତକରେ ମୋଟ ତେର ଟି ଗଳ୍ପ ଅଛି।
ତାଙ୍କର “ଶପଥ” ନାମକ ଗଳ୍ପରେ ଟିଟନ ଓ ଚନ୍ଦନ ଦୁଇ ଭାଇ ଙ୍କ ଚରିତ୍ର ମାଧ୍ୟମରେ ସେ ପରିବେଶକୁ କିଭକି ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ ତାହା ଦର୍ଶାଇଛନ୍ତି।ପରିବେଶ ବଂଚିଲେ ଆମେ ବଞ୍ଚିବା ବାର୍ତାଟି ଖୁବ ଗ୍ରହଣୀୟ।
ସେହି ପରି “କାହ୍ନା ହେଲା ଭଲ ପିଲା”
ଗଳ୍ପ ଟିରେ ଦୁଷ୍ଟ କାହ୍ନା କିଭଳି ମାଗୁ ସାର ଙ୍କର ଦ୍ୱାରା ଭଲ ବାଟକୁ ଆସି ପାରିଛି।ତାହା ହିଁ ବର୍ଣନା କରି ଆଜିର ଶିଶୁ ମାନଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଛନ୍ତି।

“ଝୁନିର ଗୁରୁ ଭକ୍ତି “
ଗଳ୍ପ ମାଧ୍ୟମରେ ସେ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସୁ ସମ୍ପର୍କର ଅବତାରଣା କରିଛନ୍ତି ଏବଂ ଝୁନିର ଗୁରୁଭକ୍ତି ମାଧ୍ୟମରେ ଛାତ୍ର ଛାତିଙ୍କ ନିକଟରେ ଗୁରୁ ଭକ୍ତି ର ପ୍ରମାଣ ପାଇଁ ଚେଷ୍ଠା କରିଛନ୍ତି।
” କାଠୁରିଆ ଓ ବୁଢା ବରଗଛ “
ମାଧ୍ୟମରେ ବୃକ୍ଷରୋପଣର ମହତ୍ଵ ବୁଝାଇଛନ୍ତି।
ସେହି ପରି “ଠେକୁଆ ଓ କଇଁଛ “ଗଳ୍ପରେ ମନ ମଧ୍ୟରେ ଗର୍ବ ଓ ଅହଂକାର ନ ରଖିବାକୁ ତଥା ଅନ୍ୟର ଅମଙ୍ଗଳ ନ ପାଂଚିବାକୁ ଉପଦେଶ ଦେଇଛନ୍ତି।
“ବସନ୍ତ ପୁରର ବାସନ୍ତୀ ଆଈ”
ଗଳ୍ପ ଟିରେ ବାସନ୍ତୀ ଆଇ ଚରିତ୍ରରେ ଭଲ ଲୋକ କିଭଳି ସମସ୍ତଙ୍କ ଉପରେ ଆଦୃତ ହୁଅନ୍ତି ତାହା ବର୍ଣନା କରିଛନ୍ତି।

ଏହିଭଳି ଦେଖିବାକୁ ଗଲେ ତାଙ୍କର ପ୍ରତ୍ୟକ ଗଳ୍ପ ହିତବାଣୀ ଦ୍ୱାରା ପୁରୀ ରହିଛି ।ତେଣୁ ତାଙ୍କ ଭଳି ଜଣେ ଶିଶୁ ସାହିତ୍ୟିକ ସର୍ବଦା ପ୍ରଶଂସାର ପାତ୍ର ଏଥିରେ ଦ୍ବିମତ ହେବାର ନାହିଁ।ଆଶା କରେ ତାଙ୍କର ଲେଖନୀ ଚାଳନା ମାଧ୍ୟମରେ ସେ ସମାଜର ଶିଶୁ ଚରିତ୍ର ଗଠନରେ ସହାୟକ ହେବେ।ଲେଖକଙ୍କର ପେସା ଅଧ୍ୟାପନା ହେଲେ ବି ନିଶା ସାହିତ୍ୟ ସାଧନା ।ତାଙ୍କର ଅନ୍ୟ ଦୁଇଟି କବିତା ସଙ୍କଳନ ମଧ୍ୟ ପାଠକ ଙ୍କ ମନକୁ ବେଶ ଛୁଇଁ ପାରିଛି। ଆଶା କରେ ଏହି ଶିଶୁ ପୁସ୍ତକଟି ପିଲାଙ୍କ ମନକୁ ନିଶ୍ଚୟ ଛୁଇଁବ ।ଏହି ପୁସ୍ତକଟି ପିଲା ମାନଙ୍କର ଓଡ଼ିଆ ଗଳ୍ପ ପଢିବାରେ ନିଶ୍ଚିତ ଆଗ୍ରହ ବଢ଼ାଇବ।ଏହା ମୋର ଆତ୍ମ ବିଶ୍ୱାସ।ସ୍ରଷ୍ଟା ଙ୍କୁ ମୋର ପ୍ରଣାମ।

ରଶ୍ମି ସାମଲ

Leave A Reply

Your email address will not be published.

9 + nine =