ତିର୍ତ୍ତୋଲ ବିଧାୟକ ବିଜୟଶଙ୍କରଙ୍କ ପାଇଁ ବଢ଼ିଲା ଅଡୁଆ : ସେକ୍ସ ରାକେଟ ଅଭିଯୋଗର କ୍ରାଇମବ୍ରାଞ୍ଚ୍‌ ତଦନ୍ତ

0 508


ଭୁବନେଶ୍ୱର: ଗତ ମାସରେ ତିର୍ତ୍ତୋଲ ବିଧାୟକଙ୍କ ଗାର୍ଲଫ୍ରେଣ୍ଡ ତଥା ଭ।ବି ପତ୍ନୀ ସୋମାଲିକା ଦାଶ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ନିର୍ବାଚନ ଖର୍ଚ୍ଚ ଟଙ୍କା ଉଠାଇବା ପାଇଁ ବିଧାୟକ ସେକ୍ସ ରାକେଟ ଚଳାଉଥିଲେ । ବିଜୟ ଶଙ୍କର ଜଗତସିଂହପୁରର ରେଜିଷ୍ଟ୍ରାର ଅଫ୍‌ ବିବାହ କାର୍ଯ୍ୟାଳୟରେ ସୋମାଲିକାଙ୍କ ସହ ବିବାହ ନକରିବା ପରେ ଜୁନ୍‌ ୧୮ରେ ଏହି ଅଭିଯୋଗ କରାଯାଇଥିଲା ।

ଏଫଆଇଆର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଗତସିଂହପୁର ଏସ୍‌ପି ଜୁଲାଇ ୪ରେ ଅତିରିକ୍ତ ଡିଜି ପୋଲିସ, କ୍ରାଇମ ବ୍ରାଞ୍ଚ୍‌କୁ ଅଭିଯୋଗକାରୀଙ୍କ ଅଭିଯୋଗର ବିସ୍ତୃତ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଦ୍ୱାରା ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଏଫ୍‌ଆଇଆର୍‌ ସେକ୍ସ ରାକେଟ୍‌ ଚଳାଉଛନ୍ତି । ଯାହାର ପରିଣାମ ସ୍ୱରୂପ ରାଜନୈତିକ ତଥା ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି । ଯେହେତୁ ଅଭିଯୁକ୍ତ ଶାସକ ଦଳର ଜଣେ ବିଧାୟକ ତେଣୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ପରିଣତ ହୋଇଛି ବୋଲି ଜଗତସିଂହପୁର ଏସ୍‌ପି ଲେଖିଛନ୍ତି ।
ଏସ୍‌ପି କହିଛନ୍ତି ଯେ ଅଭିଯୋଗକାରୀ ଏହା ମଧ୍ୟ ଚାହୁଁଛନ୍ତି ଯେ ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ୍‌ ଏହି ମାମଲାର ତଦନ୍ତ କରନ୍ତୁ । ତେଣୁ ଏହି ମାମଲାରେ ଅଭିଯୋଗକାରୀଙ୍କ ଅଭିଯୋଗର ବିସ୍ତୃତ ଅନୁସନ୍ଧାନ ପାଇଁ କ୍ରାଇମବ୍ରାଞ୍ଚ୍‌କୁ ତଦନ୍ତ ନିର୍ଦ୍ଦେଶ ଦିଆଯିବବୋଲି ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.

19 − 7 =