ଆମେ କି ସ୍ଵାଧୀନ !

0 370

ଅଳକା ମହାନ୍ତି

ଘରେ ଘରେ ଯାଇ ପଚାର ବନ୍ଧୁ
କିଏ କେତେ ଯେ ସ୍ଵାଧୀନ!
ସ୍ଵତନ୍ତ୍ରତା ର ମଉଛବ କରି
ଏବେ ତ ନୁହେଁ ଅଧୀନ ?

ଅନାଇ ବସିଛି ଶାଗୁଣା ପରାୟେ
ଲୋଭ, ମୋହ, ଅହଙ୍କାର,
କେତେବେଳେ କିଏ ହୁଏ ତା ଅଧୀନ
ପରିବାର ଛାରଖାର।

କାମ ମହା ଶତ୍ରୁ ଗ୍ରାସ କରିଅଛି
ଲାଗେ ସେତ ଅଜଗର,
ପରାଧୀନ ସବୁ ତାର ମାୟା ବଳେ
ଥର ହର ନାରୀ ନର।

କ୍ରୋଧର ଅଧୀନେ ଦେଶ ଓ ବିଦେଶ
ପୃଥିବୀରେ ଗୃହ ଯୁଦ୍ଧ,
ହାହାକାର ମଚି ଯାଇଛି ସଂସାରେ
ପୁତ୍ର କରେ ପିତୃ ବଧ।

ଆଳସ୍ୟ ନାମକ ରିପୁର କବଳେ
ପରାଧୀନ ଯୁବା ପିଢ଼ି,
ଯେତେ ଥିଲେ ଶକ୍ତି ସାମର୍ଥ୍ୟ ଶରୀରେ
ମନ ପାରୁନି ରେ ଉଡ଼ି।

ବିଷୟ ବାସନା, ପରଶ୍ରୀକାତର
ଶାସନ କରେ ବୁଦ୍ଧିକୁ,
ଇନ୍ଦ୍ରିୟ ଭୋଗରେ ମନ ନିବେଶିତ
ଖୋଜୁଛି ସୁଖ ଶାନ୍ତିକୁ।

ଶାନ୍ତି ପରା ଅଟେ ଗଳାର ପଦକ
ନିଜ ହାତେ ନିଜ ଚାବି,
ଅନ୍ୟ ହାତେ ନାହିଁ କାହା ସ୍ଵାଧୀନତା
କର୍ମେ ଉଭା ଭାଗ୍ୟ ରବି।

ପଞ୍ଚ ଭୂତ ଏହି ଶରୀର ମଧ୍ୟରେ
ପଞ୍ଚ ଭୂତ ପଞ୍ଚେନ୍ଦ୍ରିୟ,
ଦମନ କରିଲେ ଷଡ ରିପୁ ଆମ
ସୁଖ ମିଳେ ଅତିନ୍ଦ୍ରୀୟ।

ଆଣିଦିଏ ମନେ ମୁକ୍ତି ର ଆନନ୍ଦ
ଆତ୍ମା ଲଭେ ଚିର ଶାନ୍ତି,
ସ୍ନେହ,ପ୍ରେମ, ଶାନ୍ତି ଆମର ଯେ ଧର୍ମ ପରାଧୀନୁ ଦିଏ ମୁକ୍ତି।


Principal
The Elite Public school
Taloja,Navi Mumbai.

Leave A Reply

Your email address will not be published.

four × 2 =