ଚିତ୍ରନାଟ୍ୟ ପୁସ୍ତକ ‘ପ୍ରୀତି ଏକ ଅଧାଲେଖା ଗୀତି’ ଲୋକାର୍ପିତ

0 268

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ସଂଳାପକାର ଡ. ରଜନୀ ରଞ୍ଜନଙ୍କ ରଚିତ ଚଳଚ୍ଚିତ୍ର ‘ ଦିଦି ନମସ୍କାର ‘ ର ଚିତ୍ରନାଟ୍ୟ ପୁସ୍ତକ ବାଳକାଟିସ୍ଥିତ ମା’ ଦୁର୍ଲ୍ଲଭା ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହେଇ ଯାଇଛି। ‘ଓଡ଼ିଶା ମିରର୍ ‘ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ୍ ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଚଳଚ୍ଚିତ୍ର ପ୍ରଯୋଜକ ଅତିଶ ରାଉତ, ବିଶିଷ୍ଟ କଥାକାର ଡ. ଅଜୟ ସ୍ୱାଇଁ , ଏବଂ ନାଟ୍ୟକାର ଓ ସ୍ତମ୍ବକାର ବିଜୟ ଦାସ ଯଥାକ୍ରମେ ମୂଖ୍ୟ ଅତିଥି, ମୂଖ୍ୟ ବକ୍ତା, ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରାରମ୍ଭରେ ସାମ୍ବାଦିକ ମାଧବ ବେହୁରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶାନ୍ତିସେନା ପ୍ରକାଶକ ରଜତ ରଶ୍ମି ସ୍ୱାଇଁ ସ୍ବାଗତ ଭାଷଣ ରଖିଥିଲେ। ଉପସ୍ଥିତ ବାଳକଟି ଓ ବାଲିପାଟଣା ପ୍ରେସକ୍ଲବ୍ ଗଣମାଧ୍ୟମ ପ୍ରତିନିଧୀ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସାମ୍ବାଦିକ ନିରଞ୍ଜନ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବହୁ ସଂଖ୍ୟାରେ କବି, କଳାକାର ଓ ସାମ୍ବାଦିକ ଯୋଗଦେଇଥିଲେ।

Leave A Reply

Your email address will not be published.

11 + twelve =