ତୁମ ପାଇଁ

0 751

ବିଭୁତି ବାରିକ୍

ତୁମ ଖୁସି କୃଷ୍ଣଚୂଡ଼ା ଫୁଲ
ପେନ୍ଥା ପେନ୍ଥା ଭରିଥାଏ ବିନ୍ଦୁସାଗର କୂଳରେ
ମହାପ୍ରଭୁଙ୍କ ଆଶୀର୍ବାଦ ପରି ଝରିପଡ଼େ
ପବିତ୍ର, ଶାନ୍ତ ଶୀତଳ ଜଳ ରାଶିରେ …
ଅନନ୍ତ ବାସୁଦେବଂକ ମନ୍ଦିର ପାଖରେ II

ତୁମ ଖୁସି ସୁନାରୀ ଗଛରୁ ଝରେ
ସୁବର୍ଣ୍ଣ ଖଚିତ ହୋଇ ସ୍ବର୍ଗୀୟ ରୂପରେ
ଜନପଥ, ରାଜମହଲ ଠାରୁ ରୁପାଲୀ ପର୍ଯ୍ୟନ୍ତ
ରାଜଧାନୀ ରାଜରାସ୍ତା ସ୍ଵର୍ଣ୍ଣମୟ ଦିଶେ… II

ପୁରୁଣା ଭୁବନେଶ୍ୱରର ଐତିହ କୀର୍ତ୍ତିରାଜି ପରି
ତୁମ ଖୁସି ଆଲୋକମାଳାରେ ସୁସଜ୍ଜିତ ରାତି
ତୁମ ଖୁସି ରାଜ ଭବନ ଛକର ଝରଣା ପରି
ଖୁସିର ଫୁଆରା ଫାଟି ପଡୁଛି ଯେମିତି ରାଜଧାନୀର ଛାତିରେ II

ତୁମ ଖୁସି ଧଉଳି ଶାନ୍ତି ସ୍ତୁପର ଧଉଳା କାନ୍ଥ
ଆଉ ତାରି ଉପରେ ନେସିହୋଇ ଯାଇଥିବା
ବଙ୍ଗାଳି ପର୍ଯ୍ୟଟକର ସନ୍ତୋଷ ପରି ରଙ୍ଗୀନ ମନ
ଚଣ୍ଡାଶୋକର ବିବର୍ତ୍ତନକୁ ସଜେଇଥିବା
କାହାଣୀର ଆଧୁନିକ ସ୍ମାରକରେ ବୁଦ୍ଧଙ୍କର ସ୍ମିତ ହାସ II

ତୁମ ଖୁସି ମୋ ପାଇଁ ଚେତନା, ସଂକଳ୍ପର ପରିଭାଷା
ତୁମ ଖୁସି ମୋ ପାଇଁ ପୁଣ୍ୟ ଓ ଅନ୍ତିମ ନିର୍ବାଣ
ତୁମ ଖୁସି, ତୁମ ସନ୍ତୋଷରେ କିନ୍ତୁ ଦାଗଟିଏ ପଡିଲେ
ଜୀବନ ମୋ ହୋଇଯାଏ ଦୁର୍ବିସହ, ଦୁଃଖ ଜର୍ଜରିତ
ମୋ ପାଇଁ ଅବସାଦର ଗଜଲ ଗାଇଥାଏ ମନ
ତୁମେ କଷ୍ଟରେ ଥିଲେ ମୁ ହାରିଯାଏ ସମ୍ପୂର୍ଣ
ତୁମେ ଖୁସିରେ ଥିଲେ ଜୀବନ ଭରିଥାଏ ଆନନ୍ଦରେ
ତୁମେ ଖୁସି ଥିଲେ ମନ ଆକାଶରେ ଅଦିନିଆ ବର୍ଷା ହୁଏ
ତୁମେ ଖୁସି ଥିଲେ ମନ ଆକାଶରେ ଅଦିନିଆ ଇନ୍ଦ୍ରଧନୁ ଆସେ II


ମୋ – ୯୨୩୮୦୦୩୫୩୧

Leave A Reply

Your email address will not be published.

10 − 3 =