ବାଲିଯାତ୍ରା : ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

0 299

ଭୁବନେଶ୍ୱର, ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରାକୁ ସମ୍ମାନ ଜଣାଇ ଓଡ଼ିଆ ଜାତିକୁ ପ୍ରଶଂସିତ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଅତୀତରେ ଆମର ସାଧବ ପୁଅମାନେ ଗଭୀର ସମୁଦ୍ରରେ ବୋଇତ ଚାଳନା ମାଧ୍ୟମରେ ଭାରତ-ଇଣ୍ଡୋନେସିଆ ଯାତ୍ରା କରି ଦୁଇ ଦେଶ ମଧ୍ୟରେ ସ୍ଥାପନ କରିଥିବା ସମୃଦ୍ଧ ବାଣିଜ୍ୟ ସମ୍ପର୍କ ‘ବାଲିଯାତ୍ରା’ ପରମ୍ପରାକୁ ଜନ୍ମ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଉତ୍ସାହପୂର୍ଣ୍ଣ ବାର୍ତ୍ତା ପ୍ରତ୍ୟେକ ଓଡ଼ିଆଙ୍କୁ ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ଜାଣିବା ପାଇଁ ପ୍ରେରିତ କରିବ । ସାରା ବିଶ୍ବକୁ ଐତିହାସିକ “ବାଲିଯାତ୍ରା” ସମ୍ପର୍କରେ ବୁଝାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାଲିଯାତ୍ରା କ’ଣ, ବାଲିଯାତ୍ରା ମହତ୍ତ୍ବ କ’ଣ ସେ ବିଷୟରେ ବି ପିଏମ୍‌ ମୋଦି କହିଥିଲେ। ଅତୀତରେ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା। ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରୋମାଞ୍ଚ ଭରିଅଛି। ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣିମ ଅଧ୍ୟାର ସ୍ମୃତି ଆଜିବି ଗୁଂଜରିତ ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ। ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ରା।

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ବାଲି ଯାଇଥିବା ପିଏମ୍‌ ମୋଦି ଆଜି ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କଟକରେ ଚାଲିଥିବା ଐତିହାସିକ ବାଲି ଯାତ୍ରା ସମ୍ପର୍କରେ ସମସ୍ତଙ୍କୁ ବୁଝାଇଛନ୍ତି।

ସେ ସମ୍ବୋଧନ କରି କହିଥିଲେ ଯେ, ଆଜି ବାଲିରେ ମୁଁ ଆପଣମାନଙ୍କୁ ସମ୍ବୋଧନ କରୁଛି। ବାଲି ବିଷୟରେ ଆମେ ଏଠି କଥା ହେଉଛି। ପରମ୍ପରା ଓ ପ୍ରଥା ସମ୍ପର୍କରେ ଆମେ କଥା ହେଉଛେ। କିନ୍ତୁ ବାଲିଠାରୁ ୧୫୦୦ କିମି ଦୂରରେ ଭାରତର ଓଡ଼ିଶା ରାଜ୍ୟର କଟକ ସହର ମହାନଦୀ ଉପକୂଳରେ ହେଉଛି ଐତିହାସିକ ବାଲିଯାତ୍ରା ମହୋତ୍ସବ। ତେବେ ବାଲି ଯାତ୍ରା କ’ଣ ଆପଣଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚୟ। ପ୍ରକୃତରେ ବାଲିଯାତ୍ରା ହେଉଛି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥବା ହଜାର ବର୍ଷର ପୁରୁଣା ବ୍ୟବସାୟିକ ସମ୍ପର୍କରୁ ମଧୁର ସ୍ମୃତି। ଆପଣମାନେ ଇଣ୍ଟରନେଟରେ ବାଲିଯାତ୍ରାର ଫଟୋ ଦେଖି ନିଶ୍ଚୟ ଗର୍ବିତ ଓ ଖୁସି ମଧ୍ୟ ହେବେ।

ସେ ଆହୁରି କହିଛନ୍ତି ଯେ, ଲକ୍ଷାଧିକ ଲୋକ ଏହି ମହୋତ୍ସବରେ ସାମିଲ ହୋଇ ଏହାକୁ ଭବ୍ୟ କରିଛନ୍ତି। ଓଡ଼ିଶାରେ ଆଜି ଯେଉଁମାନେ ବାଲି ଯାତ୍ରାରେ ଏକାଠି ହୋଇଛନ୍ତି, ସେମାନଙ୍କ ଶରୀର ସେଠାରେ ଅଛି କିନ୍ତୁ ମନ ଏଠାରେ ରହିଛି। କରୋନା କଟକଣା ହଟିବା ପରେ ଏଥର ଓଡ଼ିଶାରେ ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି।

ସୂଚନାଯୋଗ୍ୟ, ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଅ ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା ।

ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରାକୁ ସମ୍ମାନ ଜଣାଇ ଓଡ଼ିଆ ଜାତିକୁ ପ୍ରଶଂସିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରୁଛି । ପ୍ରଧାନମନ୍ତ୍ରୀଙ୍କ ଉତ୍ସାହପୂର୍ଣ୍ଣ ବାର୍ତ୍ତା ପ୍ରତ୍ୟେକ ଓଡ଼ିଆଙ୍କୁ ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ଜାଣିବା ପାଇଁ ପ୍ରେରିତ କରିବ । ଇଣ୍ଡୋନେସିଆର ବାଲି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଐତିହାସିକ ‘ବାଲିଯାତ୍ରା’ ସମ୍ପର୍କରେ ଯେଉଁ ଭଳି ଭାବେ ବର୍ଣ୍ଣନା କରିଛନ୍ତି, ଏହା ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.

one × 3 =