ଭୁବନେଶ୍ୱର : ଟ୍ରାଫିକ ଜୋରିମାନାକୁ ନେଇ ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରୁଛି ପୁଲିସ l ଟ୍ରଲିକୁ ଗାଡ଼ି ଦର୍ଶାଇ ଭୁବନେଶ୍ୱର କମିଶନରେଟ ପୁଲିସ ଚାଲାଣ କାଟିଛି l ଏହି ଘଟଣା ଘଟିଛି ପଟିଆ ବିଗବଜ଼ାର ଛକରେ l ବିଗବଜ଼ାର ସାମ୍ନାରେ ଦହିବରା ବେପାରୀ କେଶବ ଭୂୟାଁ ପ୍ରତିଦିନ ବ୍ୟବସାୟ କରନ୍ତି l ନିକଟରେ ସେ ତାଙ୍କର ଟ୍ରଲି ରେ ଦହିବରା ହାଣ୍ଡି ଧରି ବିଗବଜ଼ାର ଛକକୁ ଆସୁଥିଲା ବେଳେ ଇନଫୋସିଟି ପୁଲିସ ତାଙ୍କୁ ଅଟକାଇଥିଲା l କେଶବ କାରଣ ଜାଣିବାକୁ ପଚାରିବାରୁ, ଫୂଟପାଥ ଉପରେ ଦହିବରା ବିକ୍ରି କରୁଛୁ, ସେଥପାଇଁ ଚାଲାଣ କଟାଯିବ ବୋଲି ପୁଲିସ କହିଥିଲା l ମାତ୍ର କେଶବଙ୍କୁ ପୁଲିସ ଦେଇଥିବା ଚାଲାଣରେ ଏକ ଗାଡ଼ି ନଂ ପକାଇ ଦେଇଥିଲା l ସକାଳୁ ସକାଳୁ ବେପାର ଆରମ୍ଭ କରି ନଥିବା 500 ଟଙ୍କା ଜୋରିମାନା ଦେଇ କେଶବ ବଡ଼ ମନସ୍ତାପରେ ଅଛନ୍ତି l ତେବେ ଦୀର୍ଘ 5 ବର୍ଷ ଧରି ବିଗ ବଜ଼ାର ଛକରେ ବେପାର କରି ଆସୁଥିଲା ବେଳେ ଏପରି କେବେ ହୋଇ ନଥିଲା ବୋଲି କେଶବ କହିଛନ୍ତି l ମଜାର କଥା ହେଉଛି, କେଶବ ଗାଡ଼ି ଚଳାଇ ଶିଖି ନାହାନ୍ତି । ଯେଉଁ ଗାଡ଼ି ନଂ ପକାଇ ପୁଲିସ କେଶବଙ୍କ ନାଁରେ ଚାଲାଣ କାଟିଛି, ସେଭଳି ଗାଡ଼ି କେଶବଙ୍କର ଆଦୌ ନାହିଁ କିମ୍ବା ସେଭଳି କୌଣସି ଗାଡ଼ିର ପଞ୍ଜୀକରଣ ତାଙ୍କ ନାଁରେ ନାହିଁ । ଟ୍ରଲି କୁ ଗାଡ଼ି ଦର୍ଶାଇ ଚାଲାଣ କାଟିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି l