ଭୁବନେଶ୍ୱର : ଟ୍ରଲି କୁ ଗାଡ଼ି ଦର୍ଶାଇ ଚାଲାଣ କାଟିବା ନେଇ ଆମେ ଏକ ଖବର ‘ଶାନ୍ତିସେନା ନ୍ୟୁଜ’ ରେ ପ୍ରକାଶ କରିଥିଲୁ l ଖବର ସହିତ ଚାଲାଣ ରସିଦର ଫଟୋ ମଧ୍ୟ ପ୍ରକାଶ କରିଥିଲୁ l ମାତ୍ର ରାଜ୍ୟର ଏକ ନମ୍ବର ଖବରକାଗଜ ବୋଲାଉଥିବା ‘ସମ୍ବାଦ’ ଆମ ପୋର୍ଟାଲ ରେ ପ୍ରକାଶିତ ଖବରର ସତ୍ୟାସତ୍ୟ ଯାଞ୍ଚ ନ କରି ତଥା ପୀଡିତ ଦହିବରା ବେପାରୀ କେଶବ ଭୂୟାଁଙ୍କୁ ନ ଭେଟି ପୁଲିସ ସପକ୍ଷରେ ଏକ ପାଖିଆ ଖବର ପ୍ରକାଶିତ କରିଛି l ଖବରଟି ଆମ ପୋର୍ଟାଲରେ ପ୍ରକାଶିତ ହେବା ପରେ କୌଣସି ସମୟରେ ଏହାକୁ ଡିଲିଟ କରାଯାଇନାହିଁ l ମାତ୍ର ସମ୍ବାଦ ଲେଖିଛି ଯେ ଆମ ପୋର୍ଟାଲରୁ ଏହି ଖବରକୁ ଡିଲିଟ କରାଯାଇଛି l ଏହା ସମ୍ବାଦ ଭଳି ଖବର କାଗଜ ଠାରୁ ଆଶା କରିଯାଉନଥିବା ବେଳେ ସାଧାରଣ ଲୋକଙ୍କ ସ୍ୱରକୁ ଅଧିକ ଶାଣିତ ଢଙ୍ଗରେ ପ୍ରକାଶ କରିବ ବୋଲି ଶାନ୍ତିସେନା ନ୍ୟୁଜ କହିଛି l ଅନ୍ୟ ପକ୍ଷରେ ଇନଫୋସିଟି ପୁଲିସ ହୁଏତ ପୁଲିସ ତରଫରୁ ଭୁଲ ହୋଇଯାଇଥିବ କହି ଦୋଷ ସ୍ୱୀକାର କରିଛି l
