ପାରାଦ୍ୱୀପରେ ବର୍ଜ୍ୟବସ୍ତୁ ପରିଚାଳନା ଦକ୍ଷତା ବିକାଶ କାର୍ଯ୍ୟକ୍ରମ

0 302


ପାରାଦ୍ୱୀପ,୨୬।୯(ଦିପ୍ତୀରଂଜନ ଦାସ): ନ୍ୟାସନାଲ ପ୍ରଡକ୍ଟିଭିଟି କାଉନସିଲ (ଏନ୍ପିସି) ଓ ପାରାଦ୍ୱୀପ ମୁନିସପାଲଟି ମିଳିତ ଆନୁକୁଲ୍ୟରେ ଦୁଇଦିନିଆ ବର୍ଜ୍ୟବସ୍ତୁ ପରିଚାଳନା ଅନ୍ତର୍ଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସ୍ଥାନୀୟ ଏମ୍ପାୟାର୍ସ ହୋଟେଲରେ ଆୟୋଜିତ ହୋଇଯାଇଛି । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏଥିରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀର, ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତୀ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଏନ୍ପିସି ଆଞ୍ଚଳକ ନିଦେ୍ର୍ଧଶକ ଜି.ଶ୍ରଭାନନ୍ ପରିଚାଳନା କରିଥିଲେ । ଏହି ଦୁଇଦିନଆ କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନରେ ୬ଟି ବର୍ଜ୍ୟବସ୍ତୁ ପରିଚାଳନା ନିୟମ (୨୦୧୬) ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେଗୁଡିକ ହେଲା କଠିନ ବର୍ଜ୍ୟବସ୍ତୁ ବସ୍ତୁ ପରିଚାଳନା ନିୟମ, ବାୟୋ-ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ନିୟମ , ଇ-ୱେଷ୍ଟ ପରିଚାଳନା ନିୟମ, ବିପଦପୂର୍ଣ୍ଣ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପରିଚାଳନା ପ୍ଳାଷ୍ଟିକ୍ ବର୍ଜ୍ୟବସ୍ତୁ, ନିର୍ମାଣ ଓ ଧ୍ୱଂସସାଧନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ । ଏହି ଦୁଇଦିନଆ କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୌରାଞ୍ଚଳର ବିଭିନ୍ନ କ୍ଷେତ୍ରରୁ ୨ଶହରୁ ଉଦ୍ଧ୍ୱର୍ ହିତାଧିକାରୀ ଅଂଶଗ୍ରହଣ କରିଥିଲେ । ସୂଚନା ଥାଉକି, ଏନ୍ପିସି ଏହା ପୂର୍ବରୁ ଭୁବନେଶ୍ୱର ଓ କଟକରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିସାରିଛି ।

Leave A Reply

Your email address will not be published.

20 − nineteen =