ମା’ଚର୍ଚ୍ଚିକାଙ୍କ ପୀଠରେ ଶାରଦୀୟ ପୂଜାର ଷଷ୍ଠ ପର୍ବ

0 445

ବାଙ୍କୀ (ଆଶିଷ କୁମାର ମହାପାତ୍ର) : ବାଙ୍କୀ ପର୍ଶୁରାମ ପୀଠ ମହାନ ତନ୍ତ୍ର କ୍ଷେତ୍ର । ବାଙ୍କୀ ଋଚିକ ଗିରିର ତନ୍ତ୍ରପୀଠରେ ମୂଳା ଷ୍ଟାମୀ ଠାରୁ ଆରମ୍ଭ ହୋଇଥିବା ଶାରଦୀୟ ଦୁର୍ଗାପୂଜାର ଷଷ୍ଠପର୍ବ ଆଜି ଶୁକ୍ରବାର ତନ୍ର୍ତ୍ରୋକ୍ତ ବିଧି ବିଧାନ ଅନୁସାରେ ପାଳିତ ହୋଇଯାଇଛି । ଭୋର ୪ଟାରେ ମା’ଙ୍କ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି , ପଞ୍ଚଅବକାଶ, ସହସ୍ର କୁମ୍ଭାଭିଷେକ ଆଦି ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇଛି । ସଂକଳ୍ପ ନବଶକ୍ତି କଳସ ନିକଟରେ ଛାମୁଚଣ୍ଡୀ ଓ ରାମାୟଣ ପାଠ କରାଯାଇଛି । ମଧ୍ୟାହ୍ନରେ ଆମୀଷ ଭୋଗପରେ ମା’ଙ୍କ ବିଶ୍ରାମ ପାଇଁ ପହଡ ବନ୍ଦ ରଖାଯାଇଥିଲା । ସନ୍ଧ୍ୟାପୂର୍ବରୁ ପହଡ ଖୋଲାଯାଇ ସଂଧ୍ୟା ଆଳତି ପରେ ଟେରା ଅନ୍ନ ଭୋଗ କରାଯାଇ ଶ୍ରଦ୍ଧାଳୁ ଭକ୍ତଙ୍କ ଦର୍ଶନପାଇଁ ପହଡ଼ ଖୋଲା ରଖାଯାଇଥିଲା । ରାତି ୮ଟାରେ ମହାନଦୀର ରେଣୁକା ତୁଠରୁ ଜଳଆଣାଯାଇ ସହସ୍ର କୁମ୍ଭାଭିଷେକ, ମାଜଣା, ବିଶେଷ ବେଶ ଓ ରାତ୍ରିଭୋଗର ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଦେବୀ ଚର୍ଚ୍ଚିକାଙ୍କ ଆସ୍ଥାନ ଋଚିକ ଗିରିରେ । ଋଚିକ ଏକ ଅନୁଚ୍ଚ ପାହାଡ । ମଭାଭାରତର ଅନୁଶାସନ ପର୍ବରେ ରେ ବର୍ଣ୍ଣିତ ଅଛି । ବ୍ରହ୍ମାଙ୍କର ମାନସ ପୁତ୍ର ଭୃଗୁଋଷି ହିଁ ଋଚିକ ମହର୍ଷିଙ୍କ ବଂଶର ପ୍ରତିଷ୍ଠାତା । ଋଚିକ ମହର୍ଷି ଏହି ପାହାଡରେ ଅବସ୍ଥାପିତ ହୋଇଥିବାରୁ ତାଙ୍କ ନାମାନୁସାରେ ପର୍ବତର ନାମ ଋଚିକ ପର୍ବତ ହୋଇଛି । ପର୍ଶୁରାମଙ୍କ ଜନ୍ମ ଋଚିକ ମହର୍ଷିଙ୍କ ଆଶ୍ରମରେ ହୋଇଥିବା ପର୍ଶୁରାମ ସଂହୀତାରୁ ଜଣାଯାଏ । ଓଡ଼ିଶାର ପ୍ରଶିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରେ ଋଚିକ ପୀଠ ଅନ୍ୟତମ । ଏହି ପୀଠରେ ମୂଳାଷ୍ଟମୀ ଠାରୁ ଶାରଦୀୟ ପୂଜା ତନ୍ତ୍ରଶାସ୍ତ୍ର ଅନୁସାରେ ଷୋଡଶ ଉପଚାରରେ ଅନୁଷ୍ଠିତ ହୋଇଥାଏ । ଶାସ୍ତ୍ରରେ ବଣ୍ଣନା ରିହଛି ଦେବୀ ଦୁର୍ଗା ଭାଦ୍ରଶୁକ୍ଳ ଅଷ୍ଟମି ତିଥିରେ ଶୟନ କରି ୧୫ଦିନ ପରେ ଉଠନ୍ତି । ସେହି ଦିନଠାରୁ ତାଙ୍କର ପୂଜା ଆରାଧନା କରାଯାଇଥାଏ ।

Leave A Reply

Your email address will not be published.

fourteen − eight =