ମା’ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଷ ଉପଚାରର ଅଷ୍ଟମପର୍ବ

0 404

ବାଙ୍କୀ(ଆଶିଷ କୁମାର ମହାପାତ୍ର): ବାଙ୍କୀ ଋଚିକ ଗିରି ବାସିନୀ ମା’ଚର୍ଚ୍ଚିକାଙ୍କ ଶାରଦୀୟ ଷୋଡ଼ଷ ପୂଜାର ଅଷ୍ଟମ ପର୍ବ ଆଜି ରବିବାର ସମସ୍ତ ନୀତିକ୍ରାନ୍ତିରେ ପାଳିତ ହୋଇଯାଇଛି । ତନ୍ତ୍ର ସିଦ୍ଧାନ୍ତ ଅନୁଯାୟୀ ଆଶ୍ୱୀନ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ମା’ଙ୍କ ପୂଜା ନୀତି ଷୋଡ଼ଷ ଉପଚାରରେ ଅନୁଷ୍ଠିତ ହୋଇ ଆସୁଛି । ପ୍ରଥମ ପର୍ବରେ ଦେବୀଙ୍କ ଗମ୍ଭୀରା ସମ୍ମୁଖସ୍ଥ ମଣ୍ଡପରେ ନବଶକ୍ତି କଳସ ସ୍ଥାପନ କରାଯାଇ ଶାରଦୀୟ ୧୪ପୂଜାର ସଂକଳ୍ପ କରାଯାଇଛି । ଏହି ପୂଜାର ନୀତି ନିୟମରେ ଅନେକ ପରିବର୍ତ୍ତନ ମଧ୍ୟରେ ସହସ୍ର କୁମ୍ଭରେ ମା’ଙ୍କ ଶୃଙ୍ଗାରି ସ୍ନାନ , ନେତବନ୍ଧା ,ମାଣ୍ଡୁଅଧୂପ, ଛାମୁ ଚଣ୍ଡୀ, ରାମାୟଣ ପାଠ ଓ ବିଶେଷ ବେଶ ଅନ୍ତର୍ଭର୍ୁକ୍ତ । ଦୈନନ୍ଦିନ ପରି ଆଜି ଭୋର୪ଟାରେ ଜଗତମାତାଙ୍କ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି, ପଞ୍ଚଅବକାଶ ଓ କୁମ୍ଭାଭିଷେକ ଆଦି କର୍ମ ସଂପାଦିତ ହୋଇ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଦ୍ୱାର ଉନ୍ମୁକ୍ତ ରହିଥିଲା । ଅପରାହ୍ନରେ ମଧ୍ୟାହ୍ନ ଧୂପ , କୁମ୍ଭାବିଷେକ , ମାଜଣା ଓ ମାଙ୍କ ଶାରଦୀୟ ପୂଜାର ଅଷ୍ଟମ ପର୍ବ ବେଶ ଓ ରାତ୍ରୀ ଭୋଗର ସମ୍ପନ୍ନ କରାଯାଇ ବିଶ୍ରାମ ପାଇଁ ମା’ଙ୍କୁ ନିବେଦନ କରାଯାଇଥିଲା । ସନ୍ଧ୍ୟା ପୂର୍ବରୁ ପହଡ଼ ଖୋଲାଯାଇ ସନ୍ଧ୍ୟା ଆଳତୀ, କୁମ୍ଭାଭିଷେକ ପରେ ଦେବୀଙ୍କ ଅଷ୍ଟମ ପର୍ବର ବେଶ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଦେବୀଙ୍କ ଆସ୍ଥାନ ଋଚିକ ଗିରିରେ । ଏହା ଏକ ଅନୁଚ୍ଚ ପାହାଡ଼ ଉପରେ । ମନ୍ଦିରକୁ ଯିବା ପାଇଁ ୩ଦିଗରୁ ପାହାଚ ରହିଛି । ମନ୍ଦିରର ଉତ୍ତର ଦିଗରେ ୩୨ଟି ପାହାଚ ରହିଛି । ସାଧାରଣ ଭକ୍ତ ଏହି ପାହାଚ ଦେଇ ମନ୍ଦିରକୁ ଯିବା ଆସିବା କରନ୍ତି । ମନ୍ଦିରର ପୂର୍ବ ଦକ୍ଷୀଣ ଦିଗକୁ ୮୧ଟି ପାହାଚ ବିଶିଷ୍ଟ ଏକ ରାସ୍ତା ରାଜା ନିର୍ମାଣ କରାଇଥିଲେ । ଉକ୍ତ ରାସ୍ତା ଦେଇ ରାଜା ଓ ସେବାୟତମାନେ ଯାତାୟତ କରିଥାନ୍ତି ।ସେହିପରି ପଶ୍ଚିମ ଦିଗରେ ୫୧ଟି ପାହଚ ରହିଚି । ମୁନିଋଷିମାନେ ଏହି ପାହାଚରେ ଯାତାୟତ କରିଥାଆନ୍ତି । ଚର୍ଚ୍ଚିକାଙ୍କ ସମ୍ବନ୍ଧରେ ଦେବୀ ପୁରାଣରୁ ଜଣାଯାଏ ମହିଷାସୁରକୁ ବିନାସ କରିବା ପାଇଁ ଦେବଗଣଙ୍କ କ୍ରୋଧାଗ୍ନିରୁ ଯାତ ଦୁର୍ଗାଙ୍କ ମା’ଚର୍ଚ୍ଚିକା ହେଉଛନ୍ତି ମାନସ କନ୍ୟା । ମହିଷାସୁର ପ୍ରେରିତ ଉକ୍ତ ବୀର୍ଯ୍ୟକୁ ଦେବୀ ନିଧନ କରିବାରେ ବିଫଳ ହୋଇଥିଲେ । ଉକ୍ତ ବୀର୍ଯ୍ୟର ପ୍ରତିଟି ରକ୍ତ ବିନ୍ଦୁ ଭୂମି ପୃଷ୍ଠରେ ପଡ଼ି ତହିଁରୁ ଅନୁରୂପ ରକ୍ତ କାର୍ଯ୍ୟ ସୃଷ୍ଟି ହେବା ଫଳରେ ଦେବୀ ତାଙ୍କ କପାଳଗ୍ନି ପ୍ରଜ୍ୱଳନ କରି ସେହି ପ୍ରଜ୍ୱଳନରୁ କାଳ ସ୍ୱରୂପିଣି ଜ୍ଜ୍ୱଳାମୁଖୀ ଏକ ଦିବ୍ୟ ଶକ୍ତିକୁ ମନସା କଲେ, ସେହି ପ୍ରଜ୍ୱଳନରୁ ଯେଉଁ ଦିବ୍ୟଶକ୍ତିକୁ ମନସା କଲେ ସେହି ପ୍ରଜ୍ୱଳନରୁ ଯେଉଁ ଦିବ୍ୟ ଶକ୍ତି ନିଶ୍ରୁତ ହେଲେ ତାକୁ ଚାମୁଣ୍ଡା କୁହାଗଲା । ଆଜି ଠାରୁ ପୀଠରେ ନବଦିନତ୍ମାକ ପୂଜା ଆରମ୍ଭ ହୋଇଥିଲେ ମଧ୍ୟ ମା’ଚର୍ଚ୍ଚିକାଙ୍କ ପୀଠରେ ନୀତିକାନ୍ତିରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.

3 + 4 =